ରେଙ୍ଗାଲପାଲି ନାଏବ ସରପଞ୍ଚ ଭାବେ ସୁମିତ୍ରା ଶବର ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ ଠାରେ ନୂତନ ଭାବେ ନିର୍ବାଚିତ ହୋଇଥିବା ସରପଞ୍ଚ ଏବଂ ଓ୍ବାଡ ସଭ୍ୟ ସଭ୍ୟା ମାନଙ୍କୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଥିଲା । ଉକ୍ତ ବୈଠକରେ ଉଦ୍ୟାନ କୃଷି ବିଭାଗ ର ଅଧିକାରୀ ନିର୍ବାଚନ ଅଧିକାରୀ ଭାବରେ ଯୋଗ ଦେଇ ସଭାଟିକୁ ପରିଚାଳନା କରିଥିଲେସ। ସରକାରଙ୍କ ନିୟମ ଅନୁସାରେ ପ୍ରଥମ ବୈଠକରେ ନାଏବ ସରପଞ୍ଚ ନିର୍ବାଚନ ପ୍ରାବଧାନ ଥିବାରୁ ନିର୍ବାଚନ ଅଧିକାରୀ ଉକ୍ତ ପ୍ରସ୍ତାବକୁ ଆଗତ କରିଥିଲେ । ପରେ ପରେ ଶ୍ରୀମତୀ ସୁମିତ୍ରା ଶବର ନିର୍ବାଚନ ଅଧିକାରୀଙ୍କ ଠାରୁ ନାମାଙ୍କନ ପତ୍ର ନେଇ ପ୍ରଥମ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ବାଚନ ଅଧିକାରୀ ସମୟ ମୁତାବକ ସେହି ସମୟ ମଧ୍ୟରେ କୈାଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ନ କରିବାରୁ ଶ୍ରୀମତୀ ସୁମିତ୍ରା ଶବରଙ୍କୁ ନିର୍ଦ୍ବନ୍ଦ୍ବରେ ନାଏବ ସରପଞ୍ଚ ଭାବରେ ଘୋଷଣା କରିଥିଲେ । ଏହାପରେ ନୂତନ ଭାବେ ନିର୍ବାଚିତ ହୋଇଥିବା ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସଙ୍କ ନେତୃତ୍ୱରେ ନୂତନ ଭାବେ ନିର୍ବାଚିତ ହୋଇଥିବା ନାଏବ ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କର ନାଏବ ସରପଞ୍ଚ ଆସନ ଅଳଙ୍କୃତ କରିବା ପାଇଁ କହିଥିଲେ । ପରେ ପରେ ନୂତନ ଭାବେ ନିର୍ବାଚିତ ହୋଇଥିବା ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.