ରାକ୍ସି ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଭାବେ ନିର୍ବାଚିତ ହେଲେ କୁନ୍ତି ମାଝୀ

ଓଡ଼ିଆ ବାର୍ତ୍ତା/ ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ରାକ୍ସି ଗ୍ରାମ ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାର ସହ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । କୁନ୍ତି ମାଝୀ ନିର୍ଦ୍ବନ୍ଦ୍ବରେ ରାକ୍ସି ଗ୍ରାମ ପଞ୍ଚାୟତର ନୂତନ ନାଏବ ସରପଞ୍ଚ ଭାବରେ ନିର୍ବାଚିତ ଘୋଷିତ ହୋଇଛନ୍ତି । ରାକ୍ସି ଗ୍ରାମ ପଞ୍ଚାୟତର ୧୧ଗୋଟି ୱାର୍ଡ ମଧ୍ୟରୁ ବୁଢିପଦର ଗ୍ରାମର ୯ ନମ୍ବର ୱାର୍ଡ ପାଇଁ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଆସନ ରହିଥିବା ବେଳେ ସେଠାରେ ଉକ୍ତ ସମ୍ପ୍ରଦାୟର କେହି ନଥିବାରୁ ୱାର୍ଡ ସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ପାରିନାହିଁ । ଏଣୁ ରାକ୍ସି ପଞ୍ଚାୟତର ୧୦ ଗୋଟି ୱାର୍ଡର ୱାର୍ଡ ସଭ୍ୟ/ସଭ୍ୟାଙ୍କୁ ନେଇ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପରିଶେଷରେ କୁନ୍ତି ମାଝୀ ନାଏବ ସରପଞ୍ଚ ଭାବରେ ଘୋଷିତ ହୋଇଥିଲେ । ନାଏବ ସରପଞ୍ଚ ନିର୍ବାଚନ ବେଳେ ରାକ୍ସିର ନବ ନିର୍ବାଚିତ ସରପଞ୍ଚ ଯେମନ୍ତ ପୋଢ ଉପସ୍ଥିତ ରହି ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.