ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକର ପ୍ରମୁଖ ପଂଚାୟତ ଭାବେ ଗଣାଯାଉଥିବା ରିଷିଡା ପଂଚାୟତର ନାଏବ ସରପଞ୍ଚ ଭାବେ ୮ ନମ୍ବର ୱାର୍ଡ ମେମ୍ବର ନରେଶ ଦାସ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ସମସ୍ତ ବାରଟି ଯାକ ୱାର୍ଡ ମେମ୍ବର ସମର୍ଥନ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ତାଙ୍କ ବାପା ସ୍ବର୍ଗତ ଚତୃଭୁଜ ଦାସ ତିନି ଦଶନ୍ଧି ତଳେ ନାଏବ ସରପଞ୍ଚ ଥିଲେ । ଆଗରୁ ବାପା ଥିଲେ ଏବେ ପୁଅ ହେଲେ ବୋଲି ଏଠି ଚର୍ଚ୍ଚା ଚାଲିଛି । ତାଙ୍କୁ ବରିଷ୍ଠ ବିଜେଡି ନେତା ଶିବଲାଲ କେଡ଼ିଆ, ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, କମ୍ବୁପାଣି ସାହୁ, ଭଜଶ୍ୟାମ ସାହୁ, ମନୋଜ ଜୈନ, ବିଜେଡି ଯୁବ ସୋସିଆଲ ମିଡ଼ିଆ ସଂଯୋଜକ ତ୍ରିଶଙ୍କ ରଣା ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ସାମଗ୍ରିକ ବିକାଶରେ ଆଗେଇଯିବାକୁ ପରାମର୍ଶ ଦେଇଛନ୍ତି ।





