ନର୍ଲା ପ୍ରେସ୍ କ୍ଲବର ଜାତୀୟ ପ୍ରେସ୍ ଦିବସ ସମାରୋହ : ସାମ୍ବାଦିକଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଉ

କଳାହାଣ୍ଡି,୧୬ା୧୧: ସାରା ବିଶ୍ୱରେ ସାମ୍ବାଦିକତା ବୃତ୍ତି ବିପଜ୍ଜନକ ଅବସ୍ଥା ଦେଇ ଗତି କରୁଥିବା ବେଳେ ଆଜିର ଦିନରେ ସଂଗଠିତ ହୋଇ ଏହି ମର୍ଯାଦାଜନକ ବୃତ୍ତିରେ ତିଷ୍ଠି ରହିବାର ଆବଶ୍ୟକତା ଦେଖାଦେଇଛି । ସହରାଞ୍ଚଳରେ ରହୁଥିବା ସାମ୍ବାଦିକମାନେ ସାମାନ୍ୟ କିଛି ସୁବିଧା ସୁଯୋଗ ପାଉଥିବା ବେଳେ ଗ୍ରାମାଞ୍ଚଳର ସାମ୍ବାଦିକମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ସାମ୍ବାଦିକତା ଜାରି ରଖିଛନ୍ତି । ବିନା କୌଣସି ସରକାରୀ ଯୋଜନା ଓ ପ୍ରୋତ୍ସାହନ ସତ୍ତେ୍ୱ ଗ୍ରାମାଞ୍ଚଳ ସାମ୍ବାଦିକତାକୁ ଏକ ଚାଲେଞ୍ଜ୍ ଭାବେ ଗ୍ରହଣ କରି ଅଞ୍ଚଳର ସୁଖଦୁଃଖ, ଅଭାବ ଅସୁବିଧାକୁ ଲୋକଲୋଚନକୁ ବରାବର ଆଣୁଥିବା ସାମ୍ବାଦିକମାନଙ୍କ ସୁରକ୍ଷା ଆଜି ଅତ୍ୟାବଶ୍ୟକ ହୋଇପଡ଼ିଛି ।
ତେଣୁ ଗ୍ରାମାଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଉ ଏବଂ ଏଦିଗରେ ଗଣମାଧ୍ୟମ ସଂସ୍ଥା, ସରକାର ତଥା ପ୍ରଶାସନ ପ୍ରାଥମିକତର ଦେବା ଉଚିତ ବୋଲି ନର୍ଲା ପ୍ରେସ୍ କ୍ଲବ୍ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ସମାରୋହରେ ଅତିଥିମାନେ ମତପ୍ରକାଶ କରିଛନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ରୁପ୍ରାରୋଡ଼ଠାରେ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି,
ମୁଖ୍ୟବକ୍ତା ଭାବେ ଓଡ଼ିଶା ପତ୍ରକାର ସଂଘର ଉପସଭାପତି ରାମଦାସ ଲିମା, ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ତଥା ସାପ୍ତାହିକ ଯୁଗୋଦୟର ମୁଖ୍ୟ ସଂପାଦକ ଡ. ଅଜୟ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ଇଂ ସୁଶୀଲ କୁମାର ଶବର, ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ନର୍ଲା ପ୍ରେସ୍ କ୍ଲବର ସଭାପତି ଥବିରାମ ବୁଦ୍ଧିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ପ୍ରେସ୍ କ୍ଲବର ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସାମ୍ବାଦିକ ନିରଞ୍ଜନ ଗଉଡ ସଭା ପରିଚାଳନା କରିଥିଲେ । ଏହି ଅବସରରେ ଯୁବ ସମାଜସେବୀ ତଥା ରାଜନେତା ସମୀର କୁମାର ଚାନ୍ଦ(ବିଟୁ) , ବରିଷ୍ଠ ସମାଜସେବୀ କୁମୁଦ ନାଏକ, ରାୟଗଡାର ବରିଷ୍ଠ ସାମ୍ବାଦିକ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ, ରଘୁନାଥ କମ୍ବା, ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରାମ ନାରାୟଣ ବାଗ, କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ , ସଂଗଠକ କିର୍ତନ ନାୟକ, ବିଜୟ ମହାକୁଡ, ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସାଧାରଣ ସଂପାଦକ ସୁଶୀଲ କୁମାର ବାଗ , ନର୍ଲା ପ୍ରେସ କ୍ଲବର ପ୍ରତିଷ୍ଠାତା ସଦସ୍ୟ କୁମୁଦ ନାଏକ , ନିରଞ୍ଜନ ଗଉଡ ପ୍ରମୂଖଙ୍କୁ ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା ।
ଏହି ଅବସରରେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ସୁରକ୍ଷାରେ ଗଣମାଧ୍ୟମ ଓ ଲୋକପ୍ରତିନିଧିଙ୍କ ଉତ୍ତର ଦାୟିତ୍ୱ ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଲୋକପ୍ରତିନିଧି ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ନର୍ଲା ପ୍ରେସ୍ କ୍ଲବ ଦ୍ୱାରା ଆୟୋଜିତ ଏହି ସମାରୋହରେ ଲାଞ୍ଜିଗଡ ପ୍ରେସ୍ କ୍ଲବର ସମସ୍ତ ସଦସ୍ୟ ତଥା ମ.ରାମପୁର, କର୍ଲାମୁଣ୍ଡା, କେସିଙ୍ଗା, କୋକସରା, ଧର୍ମଗଡ, ଜୁନାଗଡ, ଭବାନୀପାଟଣା ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.