କବିତା: ସମ୍ବିଧାନର କ୍ଷୀର

✍🏾ଡୁଇଟ୍ ଡେଭିଡ ଫିଲିପ

ସମାଜ ବାଦି ଗଣତନ୍ତ୍ର ଅଟଇ ଭାରତ
ହେବନି ଉଦ୍ୟୋଗୀ, ହିତାଧିକାରୀ ହୋଇ ରହୁ ଗରିବ

Omkar Vasthu
Omkar Vasthu

ଡିରେକଟିବ ପ୍ରିନସିପାଲ ଅଫ ଷ୍ଟେଟ ପଲିସି
ମୂଷାହାର, ଦଳିତ, ପଢି ନିଜର ଉପହାସ କହୁଛି

Pearl dental clinic
Near Ashish Medical Store, Bhawanipatna

ସଂବିଧାନ ତୁମକୁ ପୁଞ୍ଜିପତି କିଣି ସାରିଛି
ଯାହାକୁ ଚାହିଁଲେ ତାକୁ ସେ ମନ୍ତ୍ରୀ କରିଛି

Udyog Nursery
Udyogi Nursery

ଶାସନ ଜାଗିବ କଣ, ସମ୍ବିଧାନକୁ ମନ୍ତ୍ରୀ
ସମ୍ବିଧାନ ପାଇ ତାକୁ କିଏ ଛୁଇଁ ପାରୁନି

ଗାନ୍ଧୀ, ଆମ୍ବେଦକରଙ୍କ ଜମାନା ଯାଇଛି
ଅମର୍ତ୍ତ୍ୟ , ମନମୋହନ ପୂଜା ନ ପାଇ ଛାଟ ଖାଉଛି

ପୁଞ୍ଜିପତି ଏଠି ରାଷ୍ଟ୍ରବାଦୀ ସହିତ
ରାଷ୍ଟ୍ରବାଦୀ ନାଁରେ ବିପୁଳ ପୁଞ୍ଜିପତି ବିଜୟ

କାଁ ଭାଁ ଦଳିତ ଉଚ୍ଚ ପଦପାଇ ଖୁସି
ତିରିଶ ଶତକଡା
ନା ଜମିରେ,
ନା ଚାକିରିରେ ,
ନା ବ୍ୟବସାୟ ରେ,
ନା କେବିନେଟରେ ଅଛି

ମୁସଲମାନ ସତରେ କାହାର ନୁହନ୍ତି ବୋଝ
ତାଙ୍କ ଛାଇରେ ରାଷ୍ଟ୍ରବାଦର ହେଉଛି ବିଜୟ

ଦଳିତ ବା ମୁସଲମାନ ଯଦି ପୁଣି ପ୍ରଧାନମନ୍ତ୍ରୀ ହେବ
ସମ୍ବିଧାନ ପ୍ରକୃତରେ ଶେଷ ହସରୁ ବଞ୍ଚିବ

ରାମ ଲାଲା କୋର୍ଟକୁ ନ ଯାଇ ଜିତି ପାରୁଛି
ଯୀଶୁ, ଗାନ୍ଧୀ ପ୍ରଚାରିଲେ ରାଷ୍ଟ୍ରବାଦ ତାତି ଉଠୁଛି

ବିକଳ୍ପ ରହିଛି ଆମ ପାଇଁ ,
ଆସ ଚଳିବା
ତାଙ୍କ ରାଷ୍ଟ୍ରବାଦରେ
ଦୀକ୍ଷା ନେଇ

ଯେଉଁ ମନ୍ତ୍ରୀ ନେତା ସତେ ଆଗରୁ ଥିଲେ
ସେ ସବୁ କି ସବୁଜ ଓ ଧଳା ବିପ୍ଲବ ଆଣିଲେ

କ୍ଷୁଧା, ମୃତ୍ୟୁ ଆଉ ଚିନ୍, ପାକିସ୍ଥାନ ଜିଣିଲେ
ନିଜ କନଷ୍ଟୀଟୁଇନସିରେ ଦଳିତ ଆଦିବାସୀ ସେଇଠି ରହିଲେ

ସମ୍ବିଧାନ ପଢନ୍ତି ଦଳିତ, ଆଦିବାସୀ ଜେ.ଏନ.ୟୁ.
ଓ କଲେଜ୍ ଯାଇ
ରାଷ୍ଟ୍ରବାଦୀ ପୁଞ୍ଜିପତି ଇଞ୍ଜିନିୟର, ଡାକ୍ତର ଓ ସମ୍ବିଧାନ କିଣି ସାରିଛି

ଆଉ କି ଆସିବ ସମାଜବାଦ ଗଣତନ୍ତ୍ର ଫେରି
ଧର୍ଷଣ, ଦୁର୍ନୀତି, ଠକକୁ ବଞ୍ଚାଇଲ କୋଳରେ ଧରି

ଗଣତନ୍ତ୍ର ସଂସ୍ଥା ମାନଙ୍କର ହତ୍ୟା ସୁନିଶ୍ଚିତ
ତାଙ୍କ ରାଷ୍ଟ୍ରବାଦ ଓ ପୁଞ୍ଜିପତି ଯେ ଅଟନ୍ତି ଏକ

ଜେ.ଏନ.ୟୁ.,
ଗଣ ମାଧ୍ୟମ ଓ ମାନବ ଅଧିକାରର ଜମାନା ଯାଇଛି
ପଇସା ପାଇ ଭୋଟର ଓ ଇ.ଭି.ଏମ.ବିନମ୍ର ହୋଇଛି

ଏନ.ଜି.ଓ.ନିପାତ, କର୍ମୀ କଲେ ସରକାରୀ ଚାକିରି
ବାକି ବଞ୍ଚିପାରିବେକି ତାଙ୍କ ଗୁଣ ନଗାଇ

କାହିଁକି ଏଫ.ସି.ଆର.ଏ., ଆଇ.ଟି. ଭୟ ରହିଛି
ଏନ. ଜି.ଓ. ର
ଆଉ ସମାଜ କଲ୍ୟାଣ ଅନୁଷ୍ଠାନ ହେଉନି ଜନ୍ମ

ଆର.ଟି.ଇ., ଏମଜିଏନଆରଏଇଜିଏ , ଆର.ଟି.ଇ , ଆର.ଟି.ଏଚ. ପରି ବିଲ ଆଉ ନଆସିବ
ଏଣିକି, ସି.ଏ.ଏ.,
ଏନ. ଆର.ସି.,ରାଷ୍ଟ୍ରବାଦୀ ପରି ଆଇନ ଆସିବ

ହାତରୁ ଖସିଲା ମୋ ସମ୍ବିଧାନ ଓ ତ୍ରିରଙ୍ଗା
ପୁଞ୍ଜିବାଦ ରାଷ୍ଟ୍ର ବାଦ ତାକୁ କରୁଛି ବ୍ୟବହାର

ସମ୍ବିଧାନର କ୍ଷୀର ଯାହାର ବଳ ଖଳ
ମାଁ ତ ମୋର ଅନ୍ଧ, ବଧିର ଓ ବିକଳାଙ୍ଗ
କ୍ଷୀର ପିଇ ପିଇ ତାକୁ କରୁଛନ୍ତି ବ୍ୟାଭିଚାର ।।

ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.