ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ରାଜ୍ୟ ଭାରତ ସ୍କାଉଟ ଗାଇଡି “ପ୍ରତୀକ୍ଷା” କ୍ୟାମ୍ପରେ ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠର ୪ ଜଣ ସ୍କାଉଟ, ପ୍ରଧାନ ଶିକ୍ଷୟିତ୍ରୀ ତଥା ଗାଇଡ କ୍ୟୋପଟେନ୍ ସୂଲଚନା ଦାସଙ୍କ ମାର୍ଗଦର୍ଶନରେ ଯୋଗ ଦେଇଥିଲେ । ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୟନିଟ-୩ ଭୁବେନେଶ୍ବର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରେ ବିଦ୍ୟାଳୟର ଆମ୍ରିତାଂଶୁ ପତି, ସତ୍ୟଶଙ୍କର ପରିଡ଼ା, ଆକିଫ ଖାନ୍ ଓ ଅଂଶୁମାନ ପଣ୍ଡା ଆଦି ସ୍କଉଟ ଯୋଗ ଦେଇ ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ସହ କିପରି ଅଚିହ୍ନା ଜାଗର ଖପା ଖୁଆଇ ଚଲିବା, ଶୃଙ୍ଖଳାରକ୍ଷା, ପ୍ୟାରେଡ୍, ଯୋଗାସନ, ବ୍ୟାୟାମ, ସ୍ୱଚ୍ଛ ଭାରତ, ବଗିଚା କାମ, ନୃତ୍ୟ ଅଭିନୟ, ଅନ୍ୟ ମାନଙ୍କୁ ହସାଇବା, ବକ୍ତୃତା, ମାନସିକ ଦକ୍ଷତା ବୁଦ୍ଧି, ସୂର୍ଯ୍ୟ ନମସ୍କାର, ଏରୋବିକିସ୍ ଏମ୍ଓପି, ୟୁରିପୋଟର ଆଇଡି ପ୍ରସ୍ତୁତ କରିବା ଆଦି ଅନେକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମିଲି ହୋଇଥିଲେ । ନିଜକୁ ନୂଆକରି ନିଜକୁ ଗଢିତୋଳିବାର ସୁଯୋଗ ପାଇଥିଲେ । ବିଦ୍ୟାଳୟକୁ ଫେରିବାପରେ ପ୍ରଧାନ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇବା ସହ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଶିକ୍ଷକ ସୁଦର୍ଶନ ବେହେରା, ଶିକ୍ଷୟିତ୍ରୀ ରୂପାଲି ରୁପଜିତା ସହଯୋଗ କରିଥିଲେ ।