ବିପ୍ଲବୀ ସହିଦ୍ ରଘୁ ଓ ଦିବାକର

ସ୍ବାଧୀନତା ସଂଗ୍ରାମୀ ସହିଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ଶ୍ରାଦ୍ଧ ବାର୍ଷିକୀ (ଅପ୍ରେଲ ୪) ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳୀ

✍🏾ବିଶ୍ବବିଜୟୀ ଦାଶ

ମାଟି ମା’କୁ ଇଂରେଜ ଶାସନର ବେଡ଼ିରୁ ମୁକ୍ତ କରିବା ପାଇଁ ପ୍ରାଣବଳି ଦେଇଥିବା ଦୁଇଜଣ ବିପ୍ଲବୀ ସଂଗ୍ରାମୀ ହେଲେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା। ଉଭୟଙ୍କ ନାମ ଓଡ଼ିଶା ଇତିହାସର ସୂର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ପରାଧିନ ଭାରତରେ ଓଡ଼ିଶାର ଅଧିକାଂଶ ଗଡ଼ଜାତର ରାଜା ମାନେ, ବ୍ରିଟିଶ୍ ସରକାରର ବାହୁଛାୟା ତଳେ ରହି ପ୍ରଜା-ଶୋଷଣରେ ମାତିଥିଲେ।ଗଡ଼ଜାତରେ ଶାସନ ବୋଲି କିଛି ନଥିଲା। ପ୍ରଜାଙ୍କୁ ବଳପୂର୍ବକ ବେଠି ଖଟାଯାଉଥିଲା, ମାଗଣା ଭେଟି ଦେବାକୁ ପଡ଼ୁଥିଲା। ବିଚ଼ାର ନାମରେ ପ୍ରହସନ ହେଉଥିଲା, ପ୍ରଜାମାନଙ୍କୁ ରାଜାଙ୍କ ଅତ୍ୟାଚ଼ାରରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରଜାମଣ୍ଡଳ ଗଠନ କରି ଆନ୍ଦୋଳନ ଆରମ୍ଭ କରାଯାଇଥିଲା।ରଣପୁର ଅଞ୍ଚଳରେ ପ୍ରଜା ମଣ୍ଡଳକୁ ସଂଗଠିତ କରାଇଥିଲେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା। ଦୁହେଁ ଥିଲେ ଶିକ୍ଷିତ, ସ୍ବାଭିମାନୀ। ରଣପୁର ଗଡ଼ଜାତ ଅନ୍ତର୍ଗତ ବାଦଭୂଇଁରେ ଜନ୍ମଗ୍ରହଣ କରିଥିଲେ ରଘୁ ଏବଂ ଗଡ଼ବାଣୀକିଲୋ ଗ୍ରାମରେ ଜନ୍ମଲାଭ କରିଥିଲେ ଦିବାକାର। ରଣପୁର ପ୍ରଜା ମଣ୍ଡଳର ସଂପାଦକ ଓ ସଂଗଠନ ସଂପାଦକ ଥିଲେ ଯଥାକ୍ରମେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା। ଏହି ଦୁଇ ପ୍ରଚ଼ଣ୍ଡ ଦେଶପ୍ରେମୀ ଯୁବକଙ୍କ ନେତୃତ୍ବରେ ରଣପୁର ପ୍ରଜା ଆନ୍ଦୋଳନ କ୍ରମଶଃ ଶକ୍ତିଶାଳୀ ହୋଇଥିଲା। ନିଜର ଜ୍ଞାନ ବୁଦ୍ଧି ବଳରେ ବିଦ୍ରୋହକୁ ତୀବ୍ର, ଶାଣିତ ଓ କୋଠର କରି ପାରିଥିଲା।ଏତାଦୃଶ୍ୟ ଦେଖି ଇଂରେଜ ସରକାର ଭୟଭୀତ ହୋଇଥିଲେ। ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ରାଜା ତଥା ପଲଟିକାଲ ଏଜେଣ୍ଟଙ୍କ ବିଷ ଦୃଷ୍ଟିରେ ପଡ଼ିଥିଲେ। ସେତେବେଳେ ମେଜର ବେଜେଲଗେଟ୍ ଥିଲେ ପୂର୍ବାଞ୍ଚଳ ଗଡ଼ଜାତ ରାଜ୍ୟ ସମୂହର ପଲଟିକାଲ ଏଜେଣ୍ଟ। ସେ ରାଜାଙ୍କ ପକ୍ଷରୁ ପ୍ରଜା ଅତ୍ୟାଚ଼ାରରେ ସାମିଲ ଥିଲେ। ପରବର୍ତ୍ତି ସମୟରେ ମିଥ୍ୟା ସାକ୍ଷୀ ପ୍ରମାଣ ଯୋଗାଡ଼ କରି ରାଜନୈତିକ ଏଜେଣ୍ଟ ବେଜେଲଗେଟଙ୍କ ହତ୍ୟା ଅଭିଯୋଗରେ ରଘୁନାଥ ଓ ଦିବାକରଙ୍କୁ ଗିରଫ କରି ବିହାରର ଭାଗଲପୁର ଜେଲକୁ ପଠାଯାଇଥିଲା। ଅନେକ କେସ୍ ଲଢ଼ିବା ପରେ ମଧ୍ୟ ରଘୁ-ଦିବାକରଙ୍କ ସପକ୍ଷରେ ଯାଇନଥିଲା। ଶେଷରେ ରଘୁ-ଦିବାକରଙ୍କୁ ୧୯୪୧ ମସିହା ଅପ୍ରେଲ ୪ ତାରିଖରେ ବିହାରର ଭାଗଲପୁର ଜେଲରେ ଫାଶୀ ଦଣ୍ଡ ଦିଆଯାଇଥିଲା। ଶହିଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ଓଡ଼ିଶା ପ୍ରତି ଅବଦାନ ଅତୁଳନୀୟ। ତାଙ୍କର ବଳିଷ୍ଠ ନେତୃତ୍ବ ଆଗାମୀ ଦିନରେ ଦେଶ ସ୍ବାଧୀନତା ଆଣିବା ପାଇଁ ପ୍ରେରଣା ଯୋଗାଇଥିଲା। ଆଜିର ଯୁବପିଢ଼ି ରଘୁଦିବାକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି। ସେମାନଙ୍କର ସଂଗ୍ରାମର ଗାଥା ସର୍ବଦା ଚ଼ିର ସ୍ମରଣୀୟ ହୋଇ ରହିବ। ଆଜି ସହିଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ କୋଟି କୋଟି ପ୍ରଣାମ।

Omkar Vasthu
Omkar Vasthu
ବିଏସସି, ବିଇଡ଼ି(ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍- ୭୫୨୦୩୫
ମୋବାଇଲ: ୬୩୭୦୨୦୮୪୨୮

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.