ଦେବସେନା କଳାହାଣ୍ଡି ଶାଖା ପକ୍ଷରୁ ଶ୍ରୀରାମ ନବମୀ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଦେବସେନା ଓଡ଼ିଶା ପ୍ରଦେଶ କଳାହାଣ୍ଡି ଶାଖା ପକ୍ଷରୁ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବିଶାଳ ମୋଟର ସାଇକଲ ଶୋଭାଯାତ୍ରା ସହର ପରିକ୍ରମା ସହ ବେହେରା ଠାରୁ ବାହାରି ଡୋକରୀଚଞ୍ଚରା ପର୍ଯ୍ୟନ୍ତ ଯାଇଥିଲେ । ଦେବସେନା ସଦସ୍ଯ ମାନେ ପ୍ରଥମେ ଜୟ ଶ୍ରୀ ରାମ ନାରା ଲଗେଇ ବେହେରା ଗ୍ରାମ ପରିକ୍ରମା କରଥିଲେ ପରେ ମୋଟର ସାଇକଲରେ ଡୋକରୀଚଞ୍ଚରା ଅଭିମୂଖେ ବାହାରିଥିଲେ । ଡୋକରୀଚଞ୍ଚରା ମଧୁମାଧବ ତୀର୍ଥରେ ମର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଗ୍ରାମ ପରିକ୍ରମା ଅବସରରେ ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ବେହେରା ଶାଖାର ମହିଳା ମାନେ ମଧ୍ଯ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.