ପ୍ରଭୁ ବିଷ୍ଣୁଙ୍କ ରାମଙ୍କ ରୂପରେ ସପ୍ତମ ଅବତାର,
ରାମ ମନ୍ତ୍ର ଜପିଲେ ମିଳେ ପୁଣ୍ୟ, ସ୍ବାସ୍ଥ୍ୟ, ସମୃଦ୍ଧିର ଉପହାର,
ସମୃଦ୍ଧ ଭାରତ, ସର୍ବଶ୍ରେଷ୍ଠ ଇତିହାସ
ମନ୍ତ୍ର ଜପି ଜାଣିନି ଭୋକିଲା ରହୁଛି ଉପବାସ ।
ଦୁଇହଜାର ବର୍ଷ ପୂର୍ବେ ପ୍ରଭୁ ଯୀଶୁ ଆସିଲେ ଭାରତ
ସମୃଦ୍ଧ ଦଳିତ, ନୀତି ଗତି ଦେଖି ହେଲେ ତାଙ୍କ ଶିଷ୍ୟ,
କ୍ଷମା, ଦୟା, ସେବା ତାଙ୍କର ଅମୃତ ବାକ୍ୟ,
ଖଣ୍ଡ ବିଖଣ୍ଡିତ ଖ୍ରୀଷ୍ଟିଆନ ସଂପ୍ରଦାୟ ଯୀଶୁଙ୍କ ଶରୀର ।
ବିଶ୍ଵ ଦରବାରରେ ଆମଠି ବେଶୀ ଭୋକିଲା,
କୁପୋଷଣ, ସାମାଜିକ ସୁରକ୍ଷା ଆମ ବୃହତ କାମ ହେଲା ।
ଆଇନ ଥାଇ ନାରୀ ଓ ଦଳିତ ନିର୍ଯାତିତ, ସୋଶିତ, ଦାଦନ,
ଜେଲ୍ ଜନସଂଖ୍ୟା ହେବ ଗୋଟିଏ ଛୋଟ ଦେଶ ସମାନ ।
ରାମ ନବମୀ ଓ ଯୀଶୁଙ୍କ ବିଜୟ ଯାତ୍ରା ଆଜି
ପଣ କରିବା କି କ୍ଷମା, ଦୟା, ସେବାର ମନ୍ତ୍ର ଜପି
ମନ୍ତ୍ର ଓ ଗୁଣର ସମାବେଶ ସବୁଦେହେ ଆଣୁ ଏ ପର୍ବ,
ପୁଞ୍ଜି ପତି ଖାଲି ନୁହଁ, ସର୍ବେ ଭବନ୍ତୁ ପୁଣ୍ୟ, ସ୍ବାସ୍ଥ୍ୟ, ସମୃଦ୍ଧ ।
ସଫଳ ହେବ ରାମ ନବମୀ ଓ ଯୀଶୁଙ୍କ ବିଜୟ ଯାତ୍ରା,
ଦଳିତ, ନିଷ୍ପେସିତ, ଭୋକିଲା ଯେବେ ସର୍ବେକ୍ଷଣରେ ହରାଇବେ ସତ୍ତା ।।
✍🏾ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
ମୋ୯୪୩୭୧୦୪୩୦୩
OdiaBarta.in