ଗୋଲାମୁଣ୍ଡା କୃଷିଉଦ୍ୟାନ ବିଭାଗରୁ ଚାଷୀଙ୍କୁ ସୁବିଧା ମିଳୁନଥିବା ଅଭିଯୋଗ

ସୂଚନା ଅଧିକାର ଜରିଆରେ ମିଳୁନି ତଥ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଚାଷୀଙ୍କ ନିମନ୍ତେ ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ ସୁବିଧା ଉପଯୁକ୍ତ ଚାଷୀ ନ ପାଇ କୃଷି ଉଦ୍ୟାନ ବିଭାଗରେ ଥିବା ସରକାରୀ ଅଧିକାରୀଙ୍କ ମନ ମୁତାବକ ଅଣ ଚାଷୀଙ୍କୁ ବିଭିନ୍ନ ସୁବିଧା, ବିହନ ବଣ୍ଟନ ଓ ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ଉପଯୁକ୍ତ ଚାଷୀ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୃଷି ଉଦ୍ୟାନ ବିଭାଗ ନାଁରେ ଆସିଛି ଏହି ଅଭିଯୋଗ ଚାଷୀଙ୍କ ଅଭିଯୋଗ ଅନୁଯାୟୀ ୨୦୨୦-୨୧ ବର୍ଷରେ ଅନେକ ଉପଯୁକ୍ତ ଚାଷୀଙ୍କୁ ପିଆଜ ମଞ୍ଜି ମିଳି ନ ଥିବା ବେଳେ କୃଷି ଉଦ୍ୟାନ ବିଭାଗର ଅଧିକାରୀ ନିଜ ମନ ପସନ୍ଦ ଲୋକଙ୍କୁ ପିଆଜ ମଞ୍ଜି ବାଣ୍ଟିଥିଲେ ଓ ସରକାରଙ୍କ ଦ୍ଵାରା ମାଗଣାରେ ଦିଆଯାଉଥିବା ବେଳେ ଚାଷୀଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ କଳାହାଣ୍ଡି ଜିଲ୍ଲା ମାନବାଧିକାର ପରିଷଦର ଉପସଭାପତି ରାଇଚନ ଅଘରିଆ ଓ କଳାହାଣ୍ଡି ଜିଲ୍ଲା ମାନବାଧିକାର ପରିଷଦର ସାଧାରଣ ସମ୍ପାଦକ ଅଶ୍ବିନୀ ମଲ୍ଲିକ ଉଭୟ ବିପିଏଲ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇ ସୂଚନା ଅଧିକାର ମାଧ୍ୟମରେ ଚାଷୀଙ୍କୁ ଦିଆଯାଇଥିବା ସମସ୍ତ ବିବରଣୀ ପ୍ରଦାନ କରିବା ପାଇଁ ଚିଠି କରିଥିଲେ । କିନ୍ତୁ ଗୋଲାମୁଣ୍ଡା କୃଷି ଉଦ୍ୟାନ ବିଭାଗର ଜନସୂଚନା ଅଧିକାରୀ ସୂଚନା ଅଧିକାର ବିଷୟରେ ନ ଜାଣି ସମସ୍ତ ଅବିକଳ ନକଲ ଦେବାକୁ ହେଲେ ଟଙ୍କା ପୈଠ କରିବା ପାଇଁ କାର୍ଯ୍ୟାଳୟରୁ ଉଭୟଙ୍କୁ ଚିଠି କରିଛନ୍ତି । କିନ୍ତୁ ସୂଚନା ଅଧିକାର ଆଇନ ଅନୁସାରେ ଜଣେ ବିପିଏଲ ଶ୍ରେଣୀ ଭୁକ୍ତ ଲୋକ କୌଣସି ଅଫିସକୁ ସୂଚନା ମାଗିଲେ ତାକୁ ମାଗଣାରେ ସୂଚନା ପ୍ରଦାନ କଥା । ଗୋଲାମୁଣ୍ଡା କୃଷି ଉଦ୍ୟାନ ବିଭାଗର ଜନସୂଚନା ଅଧିକାରୀ ସୂଚନା ଅଧିକାର ବିଷୟରେ ନ ଜାଣି ଅଯଥାରେ ହଇରାଣ କରୁଥିବାରୁ ଖୁବ ଶୀଘ୍ର ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଏହାର ପ୍ରକୃତ ତଦନ୍ତ କରାଯିବ ବୋଲି କଳାହାଣ୍ଡି ଜିଲ୍ଲା ମାନବାଧିକାର ପରିଷଦର ଉପସଭାପତି ରାଇଚନ ଅଘରିଆ ଓ କଳାହାଣ୍ଡି ଜିଲ୍ଲା ମାନବାଧିକାର ପରିଷଦର ସାଧାରଣ ସମ୍ପାଦକ ଅଶ୍ବିନୀ ମଲ୍ଲିକ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.