ଡ୍ରାଇଭର ମହାସଂଘ ପକ୍ଷରୁ କେଗାଁରେ ଜଳଛତ୍ର ଉଦଘାଟିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ବର୍ତ୍ତମାନ ଖରାର ପ୍ରକୋପ ଦିନକୁ ଦିନ ବଢି ଚାଲିଥିବା ବେଳେ ସରକାରଙ୍କ ତରଫରୁ ଓ ଅନେକ ସଙ୍ଗଠନ ତରଫରୁ ଜଳଛତ୍ରମାନ ଖୋଲୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ହନୁମାନଛକଠାରେ ଓଡିଶା ଡ୍ରାଇଭର ମହାସଂଘର ଆହ୍ୱାନ କ୍ରମେ ଗୋଲାମୁଣ୍ଡା ଡ୍ରାଇଭର ମହାସଂଘର କେଗାଁ ୩ ନମ୍ବର ଜୋନ ତରଫରୁ ଆଜିଠାରୁ ଜଳ ଛତ୍ର ଉଦଘାଟିତ ହୋଇଯାଇଛି । ଏଥିରେ ସମସ୍ତ ଡ୍ରାଇଭର ଉପସ୍ଥିତ ଥିବା ବେଳେ ପର୍ଯ୍ୟାୟ କ୍ରମେ ଡ୍ରାଇଭରମାନେ ଉପସ୍ଥିତ ରହି ପଥଚାରୀମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ କରିବେ ଓ ଏହା ଆସନ୍ତା ଖରାର ପ୍ରକୋପ ଥିବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଘ ତରଫରୁ ପ୍ରକାଶ । ଓଡିଶା ଡ୍ରାଇଭର ମହାସଂଘ ଗୋଲାମୁଣ୍ଡା ବ୍ଲକ ୩ ନମ୍ବର ଜୋନ କେଗାଁ ତରଫରୁ ଆରମ୍ଭ ହୋଇଥିବା ଏହି ମହତ କାର୍ଯ୍ୟକୁ ଅଞ୍ଚଳର ଲୋକେ ସ୍ୱାଗତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.