ଓଡିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ବଲାଙ୍ଗୀର ବ୍ଲକ କୁଡାସିଂହା ସ୍ଥିତ ବୁଢାଡଙ୍ଗର ଉଚ୍ଚ ମହାବିଦ୍ୟାଳୟ ଠାରେ ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ ହୋଇଯାଇଛି । ଏହାକୁ ଅଧ୍ଯକ୍ଷ ଛବିଳ ବଗର୍ତ୍ତୀ ଉଦଘାଟନ କରିଥିଲେ ବେଳେ ନରେଶ ଚନ୍ଦ୍ର ମିଶ୍ର, ସୁବିନ୍ଦ୍ର ବାଗ, ପ୍ରତିମା ହେର୍ଣ୍ଣା, ଚିନ୍ମୟୀ ରାଣୀ ମିଶ୍ର, ବିଜୟ କୁମାର ମିଶ୍ର ଉପସ୍ଥିତ ଥିଲେ । ମାନସୀ ମଲ୍ଲିକ ଓ ଯାଜ୍ଞସେନୀ ମଲ୍ଲିକ ପ୍ରଶିକ୍ଷଣ ଦେଉଥିବା ଏହି ଶିବିର ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।