ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କ ପାଇଁ ପାଞ୍ଚ ଦିନିଆ କ୍ରିକେଟ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ଦୃଷ୍ଟିହୀନ ପିଲାଙ୍କ ପାଇଁ କ୍ରିକେଟ ସଂଘ ଓଡିଶା (ସିଏଭିଆଇ) ଓ ବାଲିଗୁଡା ବନବାସୀ ସେବା ସମିତିଙ୍କ ମିଳିତ ସହଯୋଗରେ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ, ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କ ନିମନ୍ତେ ଏକ ପାଞ୍ଚ ଦିନିଆ ତାମିଲ ଶିବିର ଉଦଘାଟିତ ହୋଇଯାଇଛି । ଉକ୍ତ ଉଦଘାଟନ ଉତ୍ସବରେ କ୍ରିକେଟ ସଂଘ ଓଡିଶା ସଭାପତି ମହମ୍ମଦ ଦ୍ରାଫର ଇକବଲ ଓ ତାଙ୍କର ଅନ୍ୟ ଚାରିଜଣ ସହଯୋଗୀ ମାନେ ଏହି କାର୍ଯ୍ୟକ୍ରମ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ପିଲାମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି । ଉକ୍ତ ଉଦଘାଟନ ଉତ୍ସବରେ ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଶିଶୁ କଲ୍ୟାଣ ସମିତି ଫୁଲବାଣୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କନ୍ଧମାଳ ସଦସ୍ୟା, ବାଲ ଅପରାଧ ପରିଷଦ, ଫୁଲବାଣୀ, ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର, ଶୁଭଦର୍ଶୀ ଦାସ, ବନବାସୀ ସେବା ସମିତି ର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ପିଲାଙ୍କ ଉଦେଶ୍ୟରେ ବହୁ ମୂଲ୍ୟବାନ ମନ୍ତ୍ୟବ୍ୟ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ ସଭାରେ ଦୃଷ୍ଟିହୀନ ବିଦ୍ୟାଳୟ, ମାନସିକ ଅନଗ୍ରସର ଓ ବଧିର ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସଭା ଆରମ୍ଭ ରେ ବିଶ୍ୱଜିତ ଜେନା ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହିତ ପରିଚୟ ପ୍ରଦାନ କରିଥିଲେ । ପ୍ରଫୁଲ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ପ୍ରାରମ୍ଭିକ ସଂଗୀତ ଓ ଉଦଯାପନୀ ସଂଗୀତ ଦୃଷ୍ଟି ହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇ ଥିଲା । ସମିତି ର ପ୍ରତିଷ୍ଠାତା ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ସଭା କାର୍ଯ୍ୟ ପରିଚାଳନା କରିଥିଲେ । ସମସ୍ତଙ୍କର ସହଯୋଗ କାମନା ପୂର୍ବକ ତାଲିମ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ମଞ୍ଚାସୀନ ଅତିଥିବୃନ୍ଦ ଏବଂ ସଭାପତି ଶ୍ରୀ ଜେନା ପରାମର୍ଶ ଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.