ଦୁର୍ଦ୍ଦିନରେ ପରିବାର, ଚିକିତ୍ସା ସହାୟତା ପାଇଁ ନିବେଦନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଲାଖବାହାଳି ଗ୍ରାମ ପଞ୍ଚାୟତ କମଲେଈ ଗ୍ରାମର ଜଣେ ପଚିଶ ବର୍ଷୀୟ ଯୁବକ ରାଜୁ ମାଝୀ। ଦିନ ମଜୁରୀ କରି ପରିବାର ଭରଣପୋଷଣ କରୁଥିଲେ ହେଲେ ହଟାତ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଛଅ ମାସ ହେଲା ଶଯ୍ୟାଶାୟୀ ହୋଇ ରହିଛନ୍ତି ଫଳରେ ତାଙ୍କ ପରିବାର ଏବେ ଦୂର୍ଦିନ ମଧ୍ୟ୍ୟରେ ରହିଛନ୍ତି। ତେବେ ଚିକିତ୍ସା ପାଇଁ ପ୍ରଥମେ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବିଷମକଟକ ଓ ବୁର୍ଲା ଡାକ୍ତରଖାନକୁ ଯାଇ ନିରାଶ ହୋଇ ପଡିଛନ୍ତି। ପରିବାର କଥା କହିଲେ ବିଧବା ମାଁ, ସ୍ତ୍ରୀ ଓ ତିନି ବର୍ଷର ଶିଶୁ ଟିଏ ରହୁ ଥିବାବେଳେ ଏକ ମାତ୍ର ରୋଜଗାର କ୍ଷମବ୍ୟକ୍ତିଥିଳେ ରାଜୁ। ଏବେ ରୋଜଗାର ହରାଇ ଚିନ୍ତାରେ ପରିବାର। ଏପଟେ ରାଜୁଙ୍କ ପାଇଁ ଉତ୍ତମ ଚିକିତ୍ସାର ଆବଶ୍ୟକ ଥିବା ବେଳେ ଅର୍ଥ ସାଜିଛି ବାଧକ। ଉଚ୍ଚସ୍ତରୀୟ ଚିକିତ୍ସାପାଇଁ ଆର୍ଥୀକ ସାହାଯ୍ୟ ଲୋଡୁଛନ୍ତି ସ୍ତ୍ରୀ ଶାନ୍ତି ମାଝୀ। ସରକାର ତୁରନ୍ତ ତାଙ୍କୁ ସହାୟତା ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ତେବେ ଦେଖିବାକୁ ବାକି ରହିଲା କେବେ ଏ ଅସହାୟ ରୋଗୀଙ୍କୁ ମିଳିଛୁ ସହାୟତା।