ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଲରାଉଣ୍ଡର ପୋଲାର୍ଡ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଓ୍ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ତଥା ବିଧ୍ୱଂସୀ ବ୍ୟାଟସମ୍ୟାନ କିରଣ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘ ୧୫ ବର୍ଷ ହେବ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟ ସହ ଜଡିତ ରହିଛନ୍ତି । ପୋଲାର୍ଡ ଏବେ ୨୦୨୨ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତିି । କିରଣ ପୋଲାର୍ଡ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୋଲାର୍ଡ ସୋସିଆଲ ମିଡିଆରେ ଟ୍ୱିଟ୍ କରି କହିଛନ୍ତି, ସେ ଆଗକୁ ବଢ଼ୁଛନ୍ତି । ତେଣୁ ତାଙ୍କ ସ୍ଥାନରେ ଅନ୍ୟ ଜଣେ କେହି ସୁଯୋଗ ପାଇବେ । ଏହାଦ୍ୱାରା ଓ୍ୱେଷ୍ଟେଣ୍ଡିଜ କ୍ରିକେଟ ଆଗକୁ ବଢିବ । ସେ ଯଦିଓ ଅବସର ଘୋଷଣା କରିଛନ୍ତି କିନ୍ତୁ ଆଗକୁ ସେ କ୍ରିକେଟ ପ୍ରତି ତାଙ୍କର ସମର୍ଥନ ଜାରି ରଖିବେ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ଯେତେବେଲ ସେ ବ୍ୟାଟିଂ କରିବା ବେଳେ ବ୍ୟାଟ ଉଠାଉଛନ୍ତି ତାହା ଓ୍ୱେଷ୍ଟଇଣ୍ଡିଜ କ୍ରିକେଟ ପ୍ରତି ତାଙ୍କର ସଲାମ୍ । କିରଣ ପୋଲାର୍ଡ ୧୨୩ଟି ଦିନିକିଆ ମ୍ୟାଚ୍ ଖେଳି ୨୭୦୬ ରନ୍ କରିବା ସହ ୫୫ଟି  ଓ୍ୱିକେଟ୍ ନେଇଛନ୍ତି। ସେ ଟି-୨୦ରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ଏହି ଫଟାଫଟ ଫର୍ମାଟରେ ପୋଲାର୍ଡ ୧୦୧ଟି ମ୍ୟାଚ୍ ଖେଳି ୧୩୫.୧୪ ଷ୍ଟ୍ରାଇକ୍ ରେଟରେ ୧୫୬୮ ରନ୍ କରିଛନ୍ତି। ପୋଲାର୍ଡ ଶେଷଥର ପାଇଁ ୨୦୨୨ ଫେବୃଆରୀରେ ଭାରତ ବିପକ୍ଷରେ ଦିନିକିଆ ଏବଂ ଟି-୨୦ ସିରିଜରେ ନେତୃତ୍ୱ ନେଇଥିଲେ । ସେ ୫୮୭ ମ୍ୟାଚ୍ ଖେଳି ୧୧,୫୦୯ ରନ୍ ସଂଗ୍ରହ କରି ଟି-୨୦ରେ ତୃତୀୟ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟସମ୍ୟାନ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.