ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଭରର୍ଚୁଆଲ ମୋଡରେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଚପ୍ରିଆ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନରହରି ବାଗ ଉପସ୍ଥିତ ରହିଥିଲେ । ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚପ୍ରିଆ ଅଧିକାରୀ ଡାକ୍ତର ସୁବ୍ରତ ମିଶ୍ର, ଡାକ୍ତର ଖୁସିରାମ ସୁନା, ଡାକ୍ତର ସୌରଭ କୁମାର ଠାକୁର, ଡାକ୍ତର ସଂଜୟ କୁମାର ଶିଖା ଉପସ୍ଥିତ ଥିଲେ । ପିଏଚେଇଓ ଅବନା ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସ୍ୱାସ୍ଥ୍ୟ ମେଳାର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ । ବିପିଏମ ସୁବ୍ରତ କୁମାର ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ମେଳାରେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଜିତ କୁମାର ଦାସ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିରେନ୍ଦ୍ର ଧରୁଆ, ଚକ୍ଷୁ ଡାକ୍ତର ମଙ୍ଗୁଳି ସାହୁ, ଆୟୁଷ ଡାକ୍ତର କୃଷ୍ଣ ମୋହନ ପାତ୍ର,ଡାକ୍ତର ବିଜୟ କୁମାର ପଣ୍ଡା,ଡାକ୍ତର ଦୁର୍ତ୍ତ ସୁନା ରୋଗ ପରିକ୍ଷା କରିଥିଲେ । ମେଡିସିନ ବିଭାଗରେ ଡାକ୍ତର ଖୁସିରାମ ସୁନା, ଡାକ୍ତର ସୌରଭ ଠାକୁର, ଡାକ୍ତର ସଂଜୟ କୁମାର ଶିଖା ଦାୟୀତ୍ୱରେ ଥିଲେ । ଏହା ସହ ଅଣ ସଂକ୍ରାମକ ରୋକ, ସଂକ୍ରାମକ ରୋଗ, ଆଇଇସି/ବିସିସି, ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଓଆରଏସ କର୍ଣ୍ଣର, କୋଭିଡ ପରିକ୍ଷା, କୋଭିଡ ଟିକାକରଣ, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏହିପରି ବିଭିନ୍ନ ଷ୍ଟଲ ହୋଇଥିଲା । ଏଥିରେ ଲୋକଙ୍କୁ ଚିକିତ୍ସା ସହ ରୋଗ ନିରୁପଣ,ସ୍ୱାସ୍ଥ୍ୟ ପରୀକ୍ଷା, ପରାମର୍ଶ ସେବା ସହ ବିଭିନ୍ନ ରୋଗ ଉପରେ ସ୍ୱାସ୍ଥ୍ୟ ଶିକ୍ଷା ଓ ସଚେତନତା ସୃଷ୍ଟି କରାଯାଇଥିଲ । ୪୩୪ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାସହ ବିଭିନ୍ନ ଷ୍ଟଲ ପରିଦର୍ଶନ ଏବଂ ମେଳା ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଡିଏମ ଗୋପବନ୍ଧୁ କର, ବିଏଏମ ସୁଶାନ୍ତ କୁମାର ପାଢୀ,ଏଲଟି ନିର୍ମଳ ଚନ୍ଦ୍ର ପଧାନ, ସୁପରଭାଇଜର ଶ୍ରୀଧର ମୁଣ୍ଡ, ନରେନ୍ଦ୍ର ନାଏକ, ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଥିବା ସିଏଚଓ, ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟକର୍ମୀ, ଏଲଏନକେ ଷ୍ଟାଫ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.