ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ଜଣେ ଅଟକ

ଭାବାନୀପାଟଣାର ୪ ଜଣିଆ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି ପୋଲିସ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା କେନ୍ଦୁଡଙ୍ଗରୀ ଗାଁ ପୋଖରୀ ନିକଟରେ ଥିବା ଏକ ଶାଗୁଆନ ଗଛରୁ ଆଜି (ବୁଧବାର) ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ଜଣକ କେନ୍ଦୁଡଙ୍ଗରୀ ଗ୍ରାମର ଟିକେଶ୍ୱର ଦାସଙ୍କ ପୁଅ ଦ୍ୱାରିକା ଦାସ (୨୨) ବୋଲି ଜଣାପଡିଛି । ତେବେ ଯୁବକଙ୍କ ବାପା ହତ୍ୟା ଅଭିଯୋଗ ଆଣିବା ପରେ ସନ୍ଦେହରେ ଜଣେ ଯୁବକଙ୍କୁ ଆମପାଣି ପୋଲିସ ଥାନାରେ ଅଟକ ରଖିଛି । ପୋଲିସ ସୂଚନା ଅନୁସାରେ, ବୁଧବାର ସକାଳୁ ଗାଁ ପୋଖରି ନିକଟସ୍ଥ ଏକ ଶାଗୁଆନ ଗଛରେ ଯୁବକଙ୍କ ଝୁଲନ୍ତା ଶବ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ମୃତ ଦ୍ବାରିକାଙ୍କ ପରିବାର ଲୋକେ ଶବ ଚିହ୍ନଟ କରି ଆମପାଣି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ତେବେ ମୃତ ଯୁବକଙ୍କ ବାପା ଟିକେଶ୍ୱର ହତ୍ୟା ଅଭିଯୋଗ ଆଣିବା ପରେ ଭାବାନୀପାଟଣାରୁ ୪ ଜଣିଆ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣା ରେ ଆମପାଣି ପୋଲିସ ଜଣେ ଯୁବକଙ୍କୁ ସନ୍ଦେହ କରି ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଲିଛି । ଅନ୍ୟପଟେ ପୋଲିସ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି । ଏ ନେଇ ଆମପାଣି ଥାନରେ ଏକ ହତ୍ୟା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.