ଉମେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ପକ୍ଷରୁ ଅବସର ନେଇଥିବା ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଭେଜିଗୁଡା କ୍ଳଷ୍ଟର ଅଧିନସ୍ଥ ଉମେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଭେଜିଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଶିଲ କୁମାର ପଣ୍ଡାଙ୍କ ସଭାପତିତ୍ବ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପାଟଣା ଧରମା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଭାଟିକୁ ଶୁଭ ଉଦ୍ଘାଟନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣାର ସମ୍ପାଦକ ଲଲିତ କୁମାର ନାଏକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବାବେଳେ ଟିକେଚନ୍ଦ୍ର ବିଆରସିସି ଜୟପାଟଣା, ସଞ୍ଜୟ କୁମାର ପଣ୍ଡା ଉପସଭାପତି ଜୟପାଟଣା ପ୍ରାଥମିକ ଶିକ୍ଷକ ସଂଘ, ଭେଜିଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଜଦୁମଣୀ ସାହୁ, ଦେବେନ୍ଦ୍ର ରାଉତ ସିଆରସିସି ଭେଜିଗୁଡା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।

Udyog Nursery
Udyogi Nursery

ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଉମେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତୁଷାର କାନ୍ତ ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଭେଜିଗୁଡା କ୍ଳଷ୍ଟର ତଥା ଶିକ୍ଷକ ସଂଘ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ପୂର୍ବତନ ସହ ଶିକ୍ଷା ଅଧିକାରୀ ଜୟପାଟଣା ଅଚ୍ୟୁତ କୁମାର ସାହୁଙ୍କୁ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ରଜନୀ କାନ୍ତ ସାହୁ ଏବଂ ଧର୍ମ ନିରଞ୍ଜନ ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନବ କିଶୋର ନାଏକ, ଉମାକାନ୍ତ ମାଝୀ, ଉପେନ୍ଦ୍ର ସିଂ, ଶେଷଦେବ ମୁଣ୍ଡ, କୋଶିକ ଶବର ଏବଂ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଯୋଗଦେଇ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.