୫ ଜଣ ଅନାଥ ଶିଶୁଙ୍କୁ ଥଇଥାନ କଲା ଜିଲ୍ଲା ପ୍ରଶାସନ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ହାତୀମୁଣ୍ଡା (ଗୁଡ୍ରିଗୁଡା) ଗ୍ରାମର ୫ ଅନାଥ ପିଲାଙ୍କୁ ଜିଲ୍ଲା ପ୍ରଶାସନ ଥଇଥାନ ବ୍ୟବସ୍ଥା କରିଛି । ଏହି ୫ ଅନାଥ ଶିଶୁଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ତାଜୁଙ୍ଗିଆ ଅଙ୍ଗନବାଡି ସୁପରଭାଇଜର ସ୍ୱର୍ଣ୍ଣପ୍ରଭା ପ୍ରଧାନ ସହ ସ୍ବେଚ୍ଛାସେବୀ ଅନୁଷ୍ଠାନ “ପ୍ରେମ” ର ମିଳିତରେ ଏକ ଟିମ ହାତୀମୁଣ୍ଡା (ଗୁଡ୍ରିଗୁଡା) ଗ୍ରାମ ସ୍ଥିତ ଅନାଥ ପିଲାଙ୍କ ଘରେ ପହଞ୍ଚି ପିଲାଙ୍କୁ ଉଦ୍ଧାର କରିଥିଲେ । ବୁଧବାର ଦିନ ଅନାଥ ୪ ଜଣ ଝିଅ ଓ ଜଣେ ପୁଅ ଙ୍କୁ ଉଦ୍ଧାର କରି ଫୁଲବାଣୀ ସ୍ଥିତ ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରାଯାଇଥିଲା । ହସ୍ତାନ୍ତର କରିବା ସମୟରେ ବିଡିଓ ଗଦାଧର ପାତ୍ର, ତହସିଲଦାର ଚାର୍ଲସ ନାୟକ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଅଞ୍ଜଳୀ ମହାପାତ୍ର, ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟ ସଂଯୋଜକ ସଞ୍ଜୟ କୁମାର ଦିଗାଳ, ସୁଧାକର ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ହରିଶ୍ଚନ୍ଦ୍ର ଯୋଜନା ବାବଦରେ ୨ ହଜାର ଟଙ୍କା ବିଡିଓ ପିଲାମାନଙ୍କୁ ପ୍ରଦାନ କରିଥିଲେ । ବାସନ୍ତୀ ସୁନାମାଝୀ, ଲିସା ସୁନାମାଝୀ, ଲିନା ସୁନାମାଝୀ ଓ ନିକି ସୁନାମାଝୀଙ୍କୁ ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିରେ ଥଇଥାନର ବ୍ୟବସ୍ଥା କରାଯାଇଥିବା ବେଳେ ୧ ବର୍ଷର ଶିଶୁ ପୁତ୍ରକୁ ରାଇକିଆ ସ୍ଥିତ ଏସଟି କାଥେରେନ ଗୃହରେ ଥଇଥାନ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ, ବାପା, ମାର ମୃତ୍ୟୁପରେ ୪ ଜଣ ଝିଅ ଓ ଜଣେ ୧ ବର୍ଷର ପୁଅ ଅନାଥ ହୋଇଯାଇଥିଲେ । ବାପା ମାଆଙ୍କ ମୃତ୍ୟୁପରେ ପିଲାଙ୍କ ପାଠପଢା ବନ୍ଦ ହୋଇଯାଇଥିବା ସହ ପରିବାର ଚଳିବାରେ ବହୁ ସମସ୍ୟା ଦେଖାଦେଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.