ସନ୍ଧିମୁଣ୍ଡାରେ ଅଷ୍ଟପ୍ରହର ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସନ୍ଧିମୁଣ୍ଡା ଗ୍ରାମଠାରେ ଅଷ୍ଟପ୍ରହର ନାମଜଜ୍ଞ ଅନୁଷ୍ଠିତ ହୋଇଯାଇଛି। ପୂର୍ବଦିନ ଅଧିବାସ କଳସ ଯାତ୍ରା କାର୍ଯ୍ୟକ୍ରମରେ ପୁରୋହିତ ସୁବାସ ଚନ୍ଦ୍ର ପାଟ୍ଟଯୋଶୀଙ୍କ ପୂଜା ପଦ୍ଧତି ଅନୁସାରେ ଗ୍ରାମର ତେଲନଦୀରୁ କଳସୀରେ ଜଳ ଅଣାଯାଇଥିଲା।ପରଦିନ ସକାଳୁ ମହାମନ୍ତ୍ର ନାମ ଆରମ୍ବ ହୋଇଥିଲା। ଏହି ମହାମନ୍ତ୍ର ଉଚ୍ଚାରଣ ନିରବଚ୍ଛିନ୍ନ ଭାବେ ଆଠ ପ୍ରହର ଅର୍ଥାତ ଚବିଶ ଘଣ୍ଟାଧରି ଚଳିବ ବୋଲି ଆୟୋଜକ ମଣ୍ଡଳୀ ସୂଚନା ଦେଇଛନ୍ତି। ଏହି ନାମଯଜ୍ଞରେ ସନ୍ଧିମୁଣ୍ଡା, ବାବୁରିଆ, କାଉଡୋଳା, ବଲାଙ୍ଗୀର, ପୂଜାରୀଗୁଡା, ମାଲଗାଁ ଦଳକୁ ନିମନ୍ତ୍ରଣ କରାଯାଇଛି। ଏହି ପୁଣ୍ୟ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ନୂଆପଡା, ଅନକାବେଡା, ଚାନ୍ଦଗିରି, ଚକାମାଲ ସମେତ ଆଖପାଖ ଅଞ୍ଚଳରୁ ବହୁ ଲୋକଙ୍କ ସମାଗମ ହୋଇଛି। ଏହି ନାମଜଜ୍ଞ କାର୍ଯ୍ୟକ୍ରମକୁ ସନ୍ଧିମୁଣ୍ଡା ଗ୍ରାମବାସୀ ପରିଚାଲନା କରୁଥିବାବେଲେ ନାମଜଜ୍ଞ ୧୩ ତାରିଖ ଦିନ ସମାପନ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.