ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଓଡିଆ ବାର୍ତ୍ତା / କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ସାଗରପାଲି କ୍ଲଷ୍ଟର ଅଧିନସ୍ଥ ବଡ ପିଟାମାଲ ପ୍ରାଥମିକ ବିଦ୍ୟାଳୟ ଠାରେ ତିନି ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏନେଇ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ଗୋଷ୍ଠୀ ଶିକ୍ଷାଅଧିକାରୀ ଠାକୁର ଚରଣ ସାହୁ, ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବେଣୁଧର କୁମାର ଓ ଜୟସେନ ନିଆଲ ଯୋଗ ଦେଇଥିବା ବେଳେ ମ. ରାମପୁର ବ୍ଲକରୁ ନିକଟ ଅତୀତରେ ବଦଳୀ ହୋଇଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ଗୋବର୍ଦ୍ଧନ ମାଝୀ, ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ବାବାଜୀ ଚରଣ ରାଉତ, ଅନନ୍ତ କୁମାର ସାହୁ ଓ ଶିକ୍ଷୟତ୍ରୀ ମନୋରମା ସାମଲ ମଞ୍ଚାସିନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଗରପାଲି ସିଆରସିସି ହେମାଦ୍ରୀ ଭୋଇ, ଗୌଡ କର୍ଲାଖୁଣ୍ଟା ସିଆରସିସି ସୁବୋଧ କୁମାର ଛତ୍ରିଆ ଯୋଗ ଦେଇଥିବା ବେଳେ ଅଲାତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚୁଡାମଣୀ ରଣା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସିଆରସିସି ହେମାଦ୍ରି ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସିଆରସିସି ସୁବୋଧ ଛତ୍ରିଆ ଧନ୍ୟବାଦ ପ୍ରଦାନ କରିଥିଲେ।ବଦଳୀ ହୋଇଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ଓ ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କ ଗୁଣାବଳୀ ବିଷୟରେ ପ୍ରଧାନ ଶିକ୍ଷକ ସହଦେବ ସାହୁ, ଶିକ୍ଷକ ସୁରେଶ ଚନ୍ଦ୍ର ସାହୁ, ଚନ୍ଦନ ଛତ୍ରିଆ, ଭିକାରୀ ଭୋଇ ପ୍ରମୁଖ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ରାମକୃଷ୍ନ ପଧାନ, ଜିତେନ୍ଦ୍ର ପାତ୍ର, ପ୍ରଭାସ ଚନ୍ଦ୍ର ସାହୁ, ମଧୁସୂଦନ ଦାଣ୍ଡିଆ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.