ଲାଞ୍ଜିଗଡରେ ରକ୍ତଦାନ ଶିବିର, ୫ ମହିଳାଙ୍କ ସମେତ ୫୨ ଜଣ କଲେ ରକ୍ତ ଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱ ରକ୍ତଦାତା ଦିବସ ଅବସରରେ ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ ବେଦାନ୍ତ ଡାକ୍ତରଖାନାଠାରେ ‘ସମ୍ବାଦ-ଆମ ଓଡିଶା’ ଓ ଲାଞ୍ଜିଗଡ ବେଦାନ୍ତ ଆଲୁମିନା ଲିମିଟେଡ଼ ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶିବିରରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଳକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇ ଏହି କାର୍ଯ୍ୟକ୍ରମଟି ପିତାକାଟି ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା, ଜଗନ୍ନାଥପୁର ସରପଞ୍ଚ ମୁଗୁନା ମାଝୀ, ବେଦାନ୍ତ ଆଲୁମିନା ସିଏସସି ମୁଖ୍ୟ ହର୍ଷବର୍ଦ୍ଧନ ପାଣ୍ଡେ, ସମାଜସେବୀ ହରିଶଙ୍କର ପାତ୍ର, ଯୁବ ସମାଜସେବୀ ସୁବାସ ଚନ୍ଦ୍ର ଅଗ୍ରୱାଲ, ବେଦାନ୍ତ ସିଏସଆର ଦିଲ୍ଲୀପ ପ୍ରଜାପତି, ପାତ୍ର ମାଝୀ, ଗୋଲଡେନ ସ୍ପୋର୍ଟ କ୍ଳବ ସଭାପତି ପବିତ୍ର ମାଝୀ, ସାମ୍ବାଦିକ ସନ୍ତୋଷ ତୁଳ, ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ଓ ପରେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery


ଏଥିରେ ଚନ୍ଦ୍ରମଣି ଗଉଡ଼, ନରେଶ କୁମାର ପଣ୍ଡା, ପଞ୍ଚାନନ ମାଳି, କଳ୍ପେଶ୍ବର ରାଉତ, ସହଦେଵ ମାଳି, ବାଲିସେନ ବିଭାର କିଶ୍ୱର କୁମାର, ଜୟଶ୍ରୀ ମହାପାତ୍ର, ମନାଲିସା ବଳିଆର ସିଂ, ଦିନେସ ପର୍ଶୁରାମ ମିଶ୍ର, ଦୁଷ୍ମନ୍ତ ମାଝୀ, ପ୍ରଦୂସ ପ୍ରକାଶ ପୃଷ୍ଟି, ବିକ୍ରମ ବାଗ, ପାତ୍ର ମାଝୀ, ସସ୍ମିତା ମାର୍ଥା, ଅଶୋକ ବିଶ୍ୱାଳ, ସଞ୍ଜୟ ପରି, ଆଶିଷ କୁମାର ସ୍ବାଇଁ, ପ୍ରଦୀପ କୁମାର ଗିରି, ଖୀରସିନ୍ଧୁ ବିଶି, ପନ୍ଦର୍ପ ଓଡ଼ିଆ, ଗୋବର୍ଦ୍ଧନ ବିଶି, ସୋନୁ ମାଝୀ ବିନୋଦ ଦଣ୍ଡସେନା, ଗୋବର୍ଦ୍ଧନ ନାୟକ, ଟଙ୍କ ପ୍ରଧାନୀ, ଦିଲ୍ଲୀପ କୁମାର ପ୍ରଜାପତି, ସୋମର ଦାସ, ଅମୀୟ ରଞ୍ଜନ ବାତ୍ରା, ପ୍ରଶାନ୍ତ କୁମାର ଦାସ, ରାଜୁ ଶେଖର, ଚିତ୍ତରଞ୍ଜନ ଦାସ, ତୁମେଶ୍ୱର ସାହୁ, ଶୁଭେନ୍ଦୁ ଶେଖର ପଣ୍ଡା, ପ୍ରିୟଜିତ ପଣ୍ଡା, ରୋଜାଲିନି ଜେନା, ସତେନ୍ଦ୍ର ପାଲ ସିଂ, ଆଦିତ୍ୟ ଝା, ସୁବାଷ ଚନ୍ଦ୍ର ଶୃଗାଳ, ଧନଞ୍ଜୟ ସାହୁ, ମହେନ୍ଦ୍ର କୁମାର ପାତ୍ର, ଶୟନତନ ଦେବ, ପବିତ୍ର କୁମାର ସାହୁ, ଆଦିତ୍ୟ ନାରାୟଣ ସାହୁକାର, ଦିବ୍ୟଜୋତି ଜେନା, ଦୀପକ ସେଠୀ, ମନ ରାଉତ, ମନୋଜ କୁମାର ମଲ୍ଲିକ, ସୁମେଶ ମାଝୀ, ପୁଲୁ ଲୋହରା, ବିଶ୍ୱାଳ ପାଣି, କ୍ଷମାନିଧି ମହାଖୁଡ ପ୍ରମୁଖ ୫ ଜଣ ମହିଳାଙ୍କ ସମେତ ୫୨ ଜଣ ରକ୍ତଦାତା ରକ୍ତଦାନ କରିଥିଲେ।


‘ସମ୍ବାଦ-ଆମ ଓଡ଼ିଶା’ ଲାଞ୍ଜିଗଡ ବ୍ଲକ ପ୍ରତିନିଧି କ୍ଷମାନିଧି ମହାଖୁଡ଼ ଓ ବେଦାନ୍ତ ଡାକ୍ତରଖାନା ପରିଚାଳକ ଅମର ମହାନ୍ତିଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିରରେ ବେଦାନ୍ତ ଡାକ୍ତରଖାନା ପକ୍ଷରୁ ଅଶୋକ କୁମାର ଖୁରା, ପିତାମ ପ୍ରଧାନ, ମହେନ୍ଦ୍ର ନିହାଲ, ସୁଦାମ ମହାଖୁଡ, ସୁନୀଲ ସେଠି, ଧନେଶ୍ୱର ବେହେରା, ଧନସିଂ ମାଝୀ ଶୈଳେନ୍ଦ୍ରୀ ଦେଇ ଓ ଲାଞ୍ଜିଗଡ ପ୍ରଧାନୀ ପଡା ସ୍ବେଚ୍ଛାସେବୀ ଯୁବ ସଂଗଠନ ପ୍ରମୁଖ ସହଯୋଗ କରିଥିଲେ।
ଭବାନୀପାଟଣା ରକ୍ତ ଭଣ୍ଡାରରୁ ଜୁନିୟର ଟେକ୍ନିସେନ ଅଜିତ କୁମାର ନାଏକ,ସଞ୍ଜୀବ ମହାଖୁଡ,ବ୍ରୋକଧର ଚନ୍ଦନ ଓ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.