ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ବ୍ଲକ କିକିଆ ପଞ୍ଚାୟତ ଅନ୍ତର୍ଗତ ଭେଜିପଦର ଗ୍ରାମର ଗୋହିରିଆପଦର ପଡ଼ାର ରାସ୍ତା ଉପରେ ୧୧ କେଭି ବିଦ୍ୟୁତ୍ ତାର ରହିଛି । ପଡାର ମୁଖ୍ୟ ଛକ ନିକଟରେ ରହିଥିବା ସୁଶିଲ ପଧାନଙ୍କ ଘର ପାଚେରୀକୁ ଲାଗି ୧୧ କେଭିର ବିଦ୍ୟୁତ୍ ଖମ୍ବ ରହିଛି । ଉକ୍ତ ଖମ୍ବଟି ଦୀର୍ଘ ଦିନ ଧରି ସୁଶିଲ ପଧାନଙ୍କ ଘର ଆଡ଼କୁ ବଙ୍କା ଅବସ୍ଥାରେ ରହିଥିବା ଅଭିଯୋଗ ହେଉଛି । ଏନେଇ ସୁଶିଲ ପଧାନଙ୍କ ପରିବାର ତଥା ସ୍ଥାନୀୟ ଲୋକେ ସୁରକ୍ଷିତ ମଣୁ ନଥିବା ବେଳେ ତାହାର ସମାଧାନ ପାଇଁ ପଦକ୍ଷେପ ନେବା ନିମନ୍ତେ ବିଦ୍ୟୁତ୍ ବିଭାଗକୁ ଜଣାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିବା ନେଇ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦୀର୍ଘ ୮ ବର୍ଷ ତଳେ ଏଠାରେ ଏକ ଖମ୍ବ ଭାଙ୍ଗି ଯାଇଥିଲା ବେଳେ ଏକ ନୁତନ ଖମ୍ବ ପୋତାଯାଇଥିଲା । ସେଠାରେ ସଂଯୋଗ କରାଯାଇଥିବା ୧୧ କେଭି ଲାଇନ୍ ର ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଏକ ବଳଦର ମୃତ୍ୟୁ ହୋଇଥିଲା । ଫଳରେ ସେହି ଦିନ ଠାରୁ ଖମ୍ବରୁ ବିଦ୍ୟୁତ୍ ଟ୍ରାନ୍ସର୍ଫରମର ହଟେଇ ଦିଆଯାଇଛି ହେଲେ ରହିଥିବା ବିଦ୍ୟୁତ ଖମ୍ବ ବଙ୍କା ହୋଇ ଢଳି ରହିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଲୋକଙ୍କ ପାଇଁ ବିପଦ ରହିଛି ବୋଲି ଅଭିଯୋଗ ହେଉଛି । ତେଣୁ ଏଥିପ୍ରତି ବିଭାଗୀୟ କତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।