କଳାହାଣ୍ଡିରେ ପୁଣି ଏକ ଦାଦନ ମୃତ୍ୟୁ

ମକରାଗୁଡା ଗ୍ରାମର ଇସନାଥ ପଟେଲ ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ହାରିଲେ ଜୀବନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲାରେ ଦାଦନ ଦୁଖଃ ଥମିବାକୁ ନାଁ ନେଉ ନାହିଁ । ପ୍ରତି ମାସରେ କେଉଁଠି ଦାଦନ ଶମ୍ରିକ ବନ୍ଧା ପଡିଛନ୍ତି ତ ପୁଣି ଆଉ କେଉଁଠି ଦାଦନଙ୍କ ଶବ ଘରକୁ ଫେରୁଛି । ସରକାର ଦାଦନ ରୋକିବାକୁ ଅନେକ ଯୋଜନାମାନ ଗଠନ କରାଯାଉଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ସରକାରଙ୍କ ଏହି ଯୋଜନା ସଂପୂର୍ଣ୍ଣ ଫେଲ ମାରିଛି । ଆଜି ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅର୍ନ୍ତଗତ ମକରାଗୁଡା ଗାଁର ଶ୍ରୀମୁଖ ପଟେଲଙ୍କ ଅବିବାହିତ ସାନପୁଅ ଇସନାଥ ପଟେଲ (୨୩) ଙ୍କ ମୃତଦେହ ଗାଁକୁ ଫେରୁଥିବା ଜଣାପଡିଛି । ମୃତ ଇସନାଥ ଗତ ୨୯ ତାରିଖ ରାତିରେ ମୁମ୍ବାଇର ହିରା ନନ୍ଦିନି ପବେଇ ଠାରେ ମୃତୁବରଣ କରିଛନ୍ତି । ତାଙ୍କ ମୃତଦେହ ସେଠାରୁ ଗାଁ ଅଭିମୁଖେ ଫେରୁଛି । ଏହି ପରି ଘଟଣା ବାରମ୍ବାର ଘଟିଲେ ମଧ୍ୟ ପ୍ରଶାସନ ପଦକ୍ଷେପ ନେଉ ନାହିଁ । ମୃତ ଇସନାଥ ଗତ ୨୦୨୧ ମସିହା ଅକ୍ଟୋବର ମାସରେ ମୁମ୍ବାଇକୁ କାମ କରିବାକୁ ଯାଇଥିଲେ । ପରିବାରର ଭରଣପୋଷଣରେ ଅସୁବିଧା ହେବାରୁ ସେ ରାଜ୍ୟ ବାହାରକୁ କାମକରିବାକୁ ଯାଇଥିବା ଇସନାଥଙ୍କ ମାଁ କହିଛନ୍ତି । ମୃତ ଇସନାଥ ଗତ ୨୬ ତାରିଖରେ ପେଟବ୍ୟଥା ପ୍ରବଳ ହେବାରୁ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଲେ ଗତ ୨୯ ତାରିଖ ରାତି ୧ଟାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଅପର ପକ୍ଷରେ ସ୍ଥାନିୟ ଅଞ୍ଚଳର କେତେକ ଦଲାଲ ଗୋଲାମୁଣ୍ଡା ବ୍ଲକରୁ ପ୍ରତି ମାସରୁ ବାହାର ରାଜ୍ୟକୁ ଶ୍ରମିକ ଚଲାଣ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ନଦେବାରୁ ଶ୍ରମିକ ଚଲାଣ ବଢିବାରେ ଲାଗିଛି । ନିଜ ଅଞ୍ଚଳରେ କାମଧନ୍ଦା ପାଉ ନଥିବାରୁ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ କେତେକ କାମ କରୁଥିବା ସମୟରେ କୋଠାରୁ ପଡି ମୃତ୍ୟୁ ବରଣ କରୁଥିବା ବେଳେ କେତେକ ଅସ୍ୱାସ୍ଥ୍ୟକର ପରିବେଶରେ ରହି ନାନା ରୋଗରେ ପଡି ମୃତ୍ୟୁ ବରଣ କରୁଥିବା ଜଣାପଡିଛି । ଅବିବାହିତ ରୋଜଗାରିଆ ପୁଅକୁ ହରାଇ ପରବାର ଲୋକେ ସଂପୁଣ୍ଣ ଭାଙ୍ଗି ପଡଥିବା ବେଳେ ମୃତ ଇସନାଥଙ୍କ ମାଆ ଆଖିରୁ ଲୁହ ବନ୍ଦ ହେଉନି । ଉକ୍ତ ପରିବାର ଅତି ଗରିବ ଶ୍ରେଣିର ହୋଇଥିବାରୁ ରେଡକ୍ରସ ପାଣ୍ଠି ଓ ଅନ୍ୟାନ୍ୟ ସରକାରୀ ଯୋଜନାରୁ ତରଫରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.