ଅଖିଳ ଭରତୀୟ ସାହିତ୍ୟ ପରିଷଦ କଳାହାଣ୍ଡି ଶାଖାର ବାର୍ଷିକୋତ୍ସବ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, ମା’ ମାଣିକେଶ୍ଵରୀ, କଳାହାଣ୍ଡି ଶାଖାର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଷଦର ଜିଲ୍ଲାଧ୍ୟକ୍ଷ ଜଗଦୀଶ୍ୱର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥି ଯୋଗ ଦେଇ ସମାରୋହର ଶୁଭ ଉଦ୍ଘାଟନ କରିଥିଲେ। ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା କେନ୍ଦ୍ରର କୁଳସଚିବ ତଥା ପରିଷଦର ଉପାଧ୍ୟକ୍ଷ ଡ. ଅଭୟ କୁମାର ନାଏକ ମୁଖ୍ୟ ଅତିଥି ଓ ପରିଷଦର ଓଡିଶା ପ୍ରଦେଶ ସାଧାରଣ ସମ୍ପାଦକ ଡ. ସନ୍ତୋଷ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ ଓ ଓଁକାର ଉଚ୍ଚାରଣ ଏବଂ ମା’ ସରସ୍ବତୀଙ୍କ ବନ୍ଦନା ପରେ ଗୁରୁ ସୁଧୀର ଚନ୍ଦ୍ର ପଣ୍ଡାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଳା ପରିଷଦ ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ। ପୂର୍ବ କ୍ଷେତ୍ର ସଙ୍ଗଠନ ମନ୍ତ୍ରୀ  ନାରାୟଣ ନାୟକ ସଙ୍ଗଠନର ଭୂମିକା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ l ପରିଷଦର ପ୍ରାନ୍ତ ଅଧ୍ୟକ୍ଷ ଡ. ରଘୁନାଥ ପଣ୍ଡା ଭ୍ରାମ୍ୟ ଭାଷ ମାଧ୍ୟମରେ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟା ସଂଯୁକ୍ତା ପରିଛା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଜିଲ୍ଲା ସଂଯୋଜକ ମନୋଜ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହ ସମ୍ପାଦିକା ସୁଦେଷ୍ଣl ପଣ୍ଡା ମଞ୍ଚlସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଉପାଧ୍ୟକ୍ଷା ମୀନାକୁମାରୀ ମୁଣ୍ଡ ଉଦ୍ଦେଶ୍ୟ ଜ୍ଞାପନ ଜ୍ଞାପନ କରିଥିଲେ l ଜିଲ୍ଲା ସମ୍ପାଦକ ସାଗର କୁମାର ବୈଠାରୁ ବାର୍ଷିକ ବିବରଣୀ ପାଠ କରିଥିଲେ l ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଜଗତସିଂପୁରର ଶିକ୍ଷା ବିଭାଗର ପ୍ରାଧ୍ୟାପିକା ଡ. ସୁଜାତା ମୁଣ୍ଡ ଧନ୍ୟବାଦାର୍ପଣ କରିଥିଲେ । ବରିଷ୍ଠ ସଦସ୍ୟ ତଥା ବେତାର ଉଦଘୋଷକ ବିରଞ୍ଚି ନାରାୟଣ ମୁଣ୍ଡ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l

Omkar Vasthu
Omkar Vasthu

ଏହି ଅବସରରରେ ଅତିଥି ମାନଙ୍କ ଦ୍ୱାରା ପରିଷଦର ଦ୍ଵିମାସିକ ସାହିତ୍ୟ ପତ୍ରିକା ମଣିକ୍ୟବର୍ଣ୍ଣା ଲୋକାର୍ପଣ କରାଯାଇଥିଲା । ଯୁବ ଅଧ୍ୟାପିକା ସୁଶ୍ରୀ ପୁଣ୍ୟଦୀପା ଖମାରୀଙ୍କୁ ତାଙ୍କ ପ୍ରଥମ ହିନ୍ଦୀ କବିତା ସଙ୍କଳନ ପୁସ୍ତକ ‘ଏ ମନ ଥୋଡ଼ା ଠହର ଯା’ ପାଇଁ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, ମା” ମାଣିକେଶ୍ୱରୀ, କଳାହାଣ୍ଡି ଶାଖା ଯୁବ ପ୍ରତିଭା ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅପରାହ୍ନରେ କଲ୍ପନା ରଥଙ୍କ ଅଧ୍ୟକ୍ଷତା ଓ ସୁରୁଚି ମିଶ୍ର ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ମୀନା କୁମାରୀ ମୁଣ୍ଡଙ୍କ ଅଧ୍ୟକ୍ଷତା ଡ. ସୁଜାତା ମୁଣ୍ଡଙ୍କ ସଂଯୋଜନାରେ ସ୍ୱାଧୀନତାର ଅମୃତ ମହୋତ୍ସବ ଶୀର୍ଷକ ଆଲୋଚନା ଚକ୍ରରେ ସଦସ୍ୟ ଆଜୀବନ ସଦସ୍ୟ ସନ୍ତୋଷ କୁମାର ପଣ୍ଡା, ନାରାୟଣ ନାୟକ ଓ ଡ. ଅଭୟ କୁମାର ନାୟକ ଯୋଗ ଦେଇ ଆଲୋଚନା କରିଥିଲେ । ଆଜୀବନ ସଦସ୍ୟ ପ୍ରମୋଦ କୁମାର ଠାକୁର ଧନ୍ୟବାଦାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ଡ. ଜୟଦେବ ସାହୁ, କଳା ପରିଷଦ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ପଣ୍ଡା, ସଂସ୍କାର ଭରତୀର ହରେକୃଷ୍ଣ ଭୋଇ, ପ୍ରମୋଦ କୁମାର ଖମାରୀ, ହୀନା ଖମାରୀ, ଭୁବନେଶ୍ୱର ପୁରୋହିତ ଆନନ୍ଦିନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ରୀତା ପଟ୍ଟଯୋଶୀ, ଦୀପ୍ତି ମୁଣ୍ଡ, ପ୍ରତାପ ପଣ୍ଡା, କିଶୋର ଚନ୍ଦ୍ର ତ୍ରିପାଠୀ କବିତା ପାଠ କରିଥିଲେ । ଶେଷରେ ଶାନ୍ତି ପାଠ ଓ ବନ୍ଦେ ମାତରମ୍ ଗାନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.