ଚଚରଭଟାଠାରେ ଅମୃତ ସରୋବର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚଚରଭଟା ଠାରେ ଅମୃତ ସରୋବର ନିର୍ମାଣ କାର୍ଯ୍ୟର ଶୁଭ ଉଦଘାଟନ ହୋଇଯାଇଛି। ଏହି ଅବସରରେ ସିନାପାଲି ବିଡ଼ିଓ ସଦାଶିବ ନାଏକ ଉପସ୍ଥିତ ହୋଇ ଅମୃତ ସରୋବର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଦେଶରରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରତି ପଞ୍ଚାୟତରେ ଏହି ଅମୃତ ସରୋବର ନିର୍ମାଣ କରାଯାଉଥିବା ବେଳେ ଭରୁଆମୁଣ୍ଡା ପଞ୍ଚାୟତର ଚଚରାଭଟା ଠାରେ ନିର୍ମାଣ କରିବା ନେଇ ପ୍ରଶାସନିକ ଓ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ନିଷ୍ପତି ନିଆଯାଇଛି। ଉକ୍ତ ସରୋବର ନିର୍ମାଣ ହେବା ଦ୍ୱାରା ଜଳ ସଂରକ୍ଷଣ ହେବା ସହ ଲୋକଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଉଛି। ଫଳତଃ ଲୋକେ କାର୍ଯ୍ୟ ରେ ନିୟୋଜିତ ହୋଇ ରୋଜଗାର ପାଇପାରିବେ। ଲକ୍ଷ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଏହି ଅମୃତ ସରୋବର ନିର୍ମାଣ ହେଉଥିବା ବେଳେ ଲୋକେ ଦୀର୍ଘଦିନ ଧରି ରୋଜଗାର ପାଇପାରିବେ। ପ୍ରଶାସନ ତରଫରୁ ଲୋକଙ୍କୁ ଏଭଳି କାର୍ଯ୍ୟ ଯୋଗାଇବା ନେଇ ଲୋକେ ଖୁସି ବ୍ୟକ୍ତ କରି ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି। ଆଜିର ଏହି ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ଅବସରରେ ସ୍ଥାନୀୟ ଚଚରାଭଟା ଓ ବରପଦର ଗ୍ରାମର ପ୍ରାୟ ଚାରି ଶହ ରୁ ଉର୍ଦ୍ଧ୍ବ ଶ୍ରମିକ ନିୟୋଜିତ ଥିଲେ। ଶ୍ରମିକମାନେ ଆନନ୍ଦ ଉଲ୍ଲାସର ସହିତ କାର୍ଯ୍ୟରେ ନିୟୋଜିତ ହୋଇ ଖନନ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା। ସରକାର ଏଭଳି ସବୁବେଳେ କାର୍ଯ୍ୟ ଯୋଗାଇ ଦେବାକୁ ଶ୍ରମିକ ମାନଙ୍କ ମଧ୍ୟରେ ପରସ୍ପର ମତପ୍ରକାଶ ପଇଥିବା ଦେଖିବାକୁ ମିଳିଥିଲା। ବହୁ ମାତ୍ରାରେ ଶ୍ରମିକ ନିୟୋଜିତ ଥିବା ଦେଖି ସିନାପାଲି ବିଡ଼ିଓ ଶ୍ରୀ ନାଏକ ଖୁସି ଜାହିର କରି ଲୋକଙ୍କୁ ଠିକ ଭାବେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେବା ସହ ଠିକ ଭାବରେ ପାଉଣା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ। ତତ ସହିତ ବିଭାଗୀୟ ଅଧିକାରୀ କର୍ମଚାରୀ ମାନଙ୍କୁ ଠିକ କାର୍ଯ୍ୟ ସମ୍ପାଦନ କରିବା ପାଇଁ ତାଗିଦ କରି ପରାମର୍ଶ ଦେଇଥିଲେ। ସ୍ଥାନୀୟ ଲୋକେ ନିଜ ନିଜ ବିଭିନ୍ନ ସମସ୍ୟା ଅବଗତ କରାଇବା ପରେ ଲୋକଙ୍କୁ ବିଷଦ ଭାବରେ ବୁଝାଇ ଥିଲେ। ଉକ୍ତ ସରୋବରରେ କାର୍ଯ୍ୟ କରିବା ପାଇଁ ଲୋକଙ୍କ ଉତ୍ସାହ ଓ ଆଗ୍ରହକୁ ଦେଖି ବିଡ଼ିଓ ଶ୍ରୀ ନାଏକ ମହୋଦୟ ଖୁସି ଅନୁଭବ କରିବା ସହିତ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟପକ୍ଷରେ ଏଠାରେ ଅମୃତ ସରୋବର ନିର୍ମାଣ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି। ଏହି ଅମୃତ ସରୋବର ନିର୍ମାଣର ଶୁଭ ଉଦଘାଟନ ଅବସରରେ ବିଡ଼ିଓ ଶ୍ରୀ ନାଏକଙ୍କ ସମେତ ଭରୁଆମୁଣ୍ଡା ସରପଞ୍ଚ ବିରଞ୍ଚି ଜଗତ, ବିଭାଗୀୟ ଏପିଓ ବର୍ଣିତା ବିଶ୍ୱାସ, କନିଷ୍ଠ ଯନ୍ତ୍ରୀ ସକୁନ୍ତଳା ଦାସ, ଗ୍ରାମରୋଜଗର ସେବକ ଗଜାନନ ମେହେର, ବିଏଫଟି ଯୁଗେଶ୍ୱର ମେହେର ପ୍ରମୁଖଙ୍କ ସମେତ ସ୍ଥାନୀୟ ସମସ୍ତ ଗାଁ ସାଥୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.