ଓଡ଼ିଆ ବାର୍ତ୍ତା/ ମ.ରାମପୁର (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଅନୁଷ୍ଠିତ ହେଇଥିବା ପ୍ରଧାନ ଆଚାର୍ଯ୍ୟ ଓ ସଂପାଦକ ସମ୍ମିଳନୀରେ ମ.ରାମପୁରର ଝିଅ ଶ୍ରୀୟାଂଶୀ ସାହୁ ସମ୍ବର୍ଦ୍ଧିତ ହୋଇଛନ୍ତି। ସପ୍ତମ ଶ୍ରେଣୀର ପ୍ରାଦେଶିକ ମେଧା ବୃତ୍ତି ପରିକ୍ଷାରେ ରାଜ୍ୟରେ ଅଷ୍ଟମ ଓ ଭାରତୀ କୃଷ୍ଣ ଗଣିତ ପ୍ରତିଭାରେ ରାଜ୍ୟରେ ଦଶମ ସ୍ଥାନ ଅଧିକାର କରିଥିବାରୁ ସମ୍ବର୍ଦ୍ଧିତ ହୋଇଛନ୍ତି ଶ୍ରେୟାଂଶୀ। ଏହି ସମାବେଶରେ କେସିଙ୍ଗା ବିଇଓ ବବୃବାହାନ ପ୍ରଧାନ, ଶିକ୍ଷା ବିକାଶ ସମିତି ଓଡ଼ିଶାର ଉପସଭାପତି ଗାୟତ୍ରୀ ବାହିନୀପତି, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗାର ସମ୍ପାଦକ ଅଭୟ କୁମାର ଦେବତା ଓ ଶିକ୍ଷା ବିକାଶ ସମିତି ଓଡିଶା ଦକ୍ଷିଣ ସମ୍ଭାର ସଭାପତି ରୂପସିଂ ରାଉତ ପ୍ରମୂଖ ଉପସ୍ଥିତ ରହି ଶ୍ରେୟାଂଶୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଅତିଥିଙ୍କ ସହ ଏହି ସମ୍ବର୍ଦ୍ଧନା ସମୟରେ ଶ୍ରିୟାଂଶିଙ୍କ ବାପା ଅଧ୍ୟାପକ ଶିଶିର କୁମାର ସାହୁ, ମାଆ ଶିକ୍ଷୟତ୍ରୀ ସନ୍ଧ୍ୟାରାଣି ସାହୁ ଉପସ୍ଥିତ ଥିଲେ। ବର୍ତ୍ତମାନ ଶ୍ରୀୟାଂଶୀ ମୁଖିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି।