କେସିଙ୍ଗାରେ ବ୍ଲକ ସ୍ତରୀୟ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ

ଓଡ଼ିଆ ବାର୍ତ୍ତା/ ଉତ୍କେଲା/ କେସିଙ୍ଗା (ଅର୍ଜୁନ ପୋଢ/ମଧୁସୂଦନ ଠାକୁର): କେସିଙ୍ଗା ବ୍ଳକ ସ୍ତରୀୟ ହାଇସ୍କୁଲ ଟପ୍ପର ଛାତ୍ରଛାତ୍ରୀ ମାନଙ୍କ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ, ଦଣ୍ଡପାଟ ଯୁବ ସେବା ସଂଗଠନ ବେହେରା ଓ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଧର୍ମଗଡ଼ ଆନୁକୂଲ୍ୟରେ କେସିଙ୍ଗା ବିଦ୍ୟାପୀଠରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ୩୪ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାସହ ସମ୍ବଲପୁର ବିଶ୍ବବିଦ୍ୟାଲୟର ବାଣିଜ୍ୟ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ରିଙ୍କି ରାଏ ଓ ବ୍ଲକ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ନେତାଜି ହାଇସ୍କୁଲ ଫଟକମାଲର ଜୟନ୍ତ ଚିଣ୍ଡାଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ ସହ ପୁରୁସ୍କୃତ କରାଯାଇଥିଲା। କେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି. ମୁରଲୀଧର ଆଚାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଚିକିତ୍ସକ ଡ଼ ହେମସାଗର ସାହା, କେସିଙ୍ଗା ବିଇଓ ବବ୍ରୁବାହାନ ପ୍ରଧାନ, କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି,

Udyog Nursery
Udyogi Nursery

ପ୍ରଫେସର ଚନ୍ଦ୍ରଶେଖର ଆଚାରୀ, ଯୁବ ସଂଗଠକ ପ୍ରତାପ କୁମାର ବାଗ, ଭାରତୀୟ ଷ୍ଟେଟ ବ୍ୟାଙ୍କ କେସିଙ୍ଗା ଶାଖାର ମୁଖ୍ୟ ପରିଚାଳକ ସୁରେନ୍ଦ୍ର ଜାଲ ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ରହି କୃତି ଶିକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରିବାସହ ଉତ୍ସାହିତ କରିଥିଲେ। ସଂଯୋଜକ ଅବିନାଶ ମୁଣ୍ଡ ପ୍ରାରମ୍ଭରେ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.