କୋକସରା ବ୍ଲକ ପ୍ରେରକ ସଂଘ ପକ୍ଷରୁ ବିଇଓଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସାକ୍ଷର ଭାରତ ମିଶନରେ କାର୍ଯ୍ୟ କରିଥିବା କୋକସରା ବ୍ଲକ ପ୍ରେରକ ସଙ୍ଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ଆଲୋକ ବିଶିଙ୍କ ନେତୃତ୍ୱରେ କାର୍ଯ୍ୟକର୍ତା ଓ ସଦସ୍ୟମାନେ କୋକସରା ବିଇଓ ନେପାଳ ବାଗଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ଦେଇଛନ୍ତି। ସାକ୍ଷର ଭାରତରେ କାର୍ଯ୍ୟ କରିଥିବା ପ୍ରେରକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା ଓ ବୈମାତୃକ ମନୋଭାବକୁ ପ୍ରତିବାଦ କରିବା ସହ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓଲ୍ଲେଇବ ବୋଲି ସୁଚନା ଦେଇଛନ୍ତି। ସୂଚନା ଅନୁସାରେ ଜିଲ୍ଲା ସାକ୍ଷରତା ମିଶନ ପକ୍ଷରୁ ୧୫ରୁ ଉର୍ଦ୍ଧ ବୟସ୍କ ଅଣ ସାକ୍ଷର ମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟରେ ୨୦୧୧ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସାକ୍ଷର ଭାରତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରେରକ ମାନେ ପୌଢ ଶିକ୍ଷା ମାଧ୍ୟମରେ ଅଣସାକ୍ଷର ମାନଙ୍କୁ ସାକ୍ଷର କରିବା ସହ ସ୍ୱଚ୍ଛଭାରତ ମିଶନ ହିତାଧିକାରୀ ସର୍ଭେ, ବିପିଏଲ, ଏପିଏଲ ସର୍ଭେ ରେ ପଞ୍ଚାୟତ କର୍ମଚାରୀଙ୍କୁ ସହଯୋଗ କରୁଥିଲେ। ୨୦୧୮ ରୁ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇ ଯାଇଥିବାରୁ ବର୍ତମାନ ପ୍ରେରକ ମାନେ ନିରାଶ ହୋଇ ହାତ ବାନ୍ଧି ବସିଛନ୍ତି। ତେଣୁ ପୁନଃ ନିଯୁକ୍ତି ପାଇଁ ଦାବି କରିଛି ପ୍ରେରକ ସଂଘ। ଏହି ଅବସରରେ ପ୍ରେରକ ସଂଘ ସମ୍ପାଦଜ ସଞ୍ଜୀବ କୁମାର ସାହୁ, ହିରଣ୍ୟ ବେହେରା, ରବି ନାରାୟଣ ଦାସ, ଅରବିନ୍ଦ ପଟ୍ଟନାୟକ, ବିକାଶ ପଟ୍ଟନାୟକ, ବଳଦେବ ଦୁର୍ଗା, ଯୁଗେଶ୍ୱର ବାଗ, ପ୍ୟାରିଲାଲ ପଟେଲ, ଗୁପ୍ତେଶ୍ଵର ବାଗ, ପୁନିଆ ରଞ୍ଜନ ନାଗ, ଗାୟତ୍ରୀ ଠାକୁର, କବିତା ଦଳପତି, ସରିତା ନାଏକ, ତରୁଣୀ ମାଝୀ ପ୍ରମୁଖ ସଂଘର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.