ଜଙ୍ଗଲ ଜମିନ ପଟ୍ଟା ପ୍ରଦାନ ଦାବୀରେ କେଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଜଙ୍ଗଲ ଜମିନ ପଟ୍ଟା ପ୍ରଦାନ ଦାବୀରେ ଶତାଧିକ ସଂଖ୍ୟାରେ ଧର୍ମଗଡ ଓ ଗୋଲାମୁଣ୍ଡା ବ୍ଲକର ଅନୁସୂଚିତ ଜାତି ଓ ପଛୁଆବର୍ଗର ଲୋକେ କେଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଦିର୍ଘ ଦିନହେଲା ଧର୍ମଗଡ ବ୍ଲକ ଓ ଗୋଲାମୁଣ୍ଡା ବ୍ଲକର ପ୍ରାୟ ୨୪୭ ଜଣ ଜଙ୍ଗଲ ଜମି ପଟ୍ଟା ପାଇବାରୁ ବଞ୍ଚିତ ଅଛନ୍ତି । ଏହି ଲୋକମାନେ ଅନେକ ସମୟରେ ବ୍ଲକ ପ୍ରଶାସନଠାରୁ ଆମ୍ଭ କରି ଜିଲ୍ଲା ପ୍ରଶାସନକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ଦାବୀ କରୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଦାବୀ ପୁରଣ ହୋଇ ପାରି ନାହିଁ । ଏଣୁ ଆଜି ମହିଳାଙ୍କ ସମେତ ଶତାଧିକ ସଂଖ୍ୟାରେ ଦୁଇ ଗୋଟି ବ୍ଲକର ଲୋକେ କେଗାଁ ବନାଞ୍ଚଳ ଅଧିକାରଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଦିର୍ଘ ସମୟ ଧରି ଘେରାଉ କରିବା ସହିତ କେଗାଁ ବନାଞ୍ଚଳ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।

ବନାଞ୍ଚଳ ଅଧିକାରୀ ଅନୁପସ୍ଥିତ ଥିବାରୁ ବନପାଳ ମଧୁକର ପଟେଲଙ୍କୁ ଏହି ଦାବୀ ପତ୍ର ପ୍ରଦାନ କରିଥିଲେ । ଆସନ୍ତା ସାତ ଦିନ ମଧ୍ୟରେ ୨୪୭ ଜଣ ଲୋକଙ୍କୁ ଜଙ୍ଗଲଜମିଟ ପଟ୍ଟା ପ୍ରଦାନ ନକଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କେଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ରାଜରାସ୍ତା ମଧ୍ୟ ଅବରୋଧ କରିବୁ ବୋଲି ଏହି ଦାବୀ ପତ୍ରରେ ଉଲ୍ଲେଖ ରହିଛି । ଆଜିର ଏହି ଘେରାଉ କାର୍ଯ୍ୟକ୍ରମରେ ନକଟିକାନି ପୂର୍ବତନ ସରପଞ୍ଚ ଜତିନ୍ଦ୍ର ସେନାପତି, ଡିଙ୍ଗର ସାଗର,ସୁନ୍ଦର ସାଗର, ରାହାସ ତାଣ୍ଡି, ଏଲିସା ବାଗ, ମନୋହର ତାଣ୍ଡି, କମଲ ପାନ ପ୍ରମୁଖକଙ୍କ ସମେତ ଶତାଧିକ ସଂଖ୍ୟାରେ ଜଙ୍ଗଲ ଜମି ପଟ୍ଟା ପାଇବାରୁ ବଞ୍ଚିତ ଥିବା ଲୋକେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.