ଉତ୍କଳ ଆଲୁମିନା ପକ୍ଷରୁ ସହରାଞ୍ଚଳରେ ନିରାପତ୍ତା ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା/ କାଶିପୁର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ତାହାର ଚତୁର୍ପାର୍ଶ୍ବରେ ବାସ କରୁଥିବା ଜନସାଧାରଣ ଓ ସମୁଦାୟଙ୍କ ନିରାପତ୍ତା ଓ ସୁରକ୍ଷା ପ୍ରତି ପ୍ରତିବଦ୍ଧ ରହିଛି । ଏକ ନିରାପଦ କାର୍ଯ୍ୟ ପରିବେଶ ବଜାୟ ରଖିବା ସକାଶେ କମ୍ପାନୀ ସର୍ବଦା ଏହାର ଲୋକମାନଙ୍କୁ ଏବଂ ଜନସମୁଦାୟଙ୍କୁ ନିରାପଦ ଆଚରଣଗତ ଅଭ୍ୟାସ ସମ୍ପର୍କରେ ପ୍ରଶିକ୍ଷିତ କରିବାକୁ ପାରୁପର୍ଯ୍ୟନ୍ତ ପ୍ରଚେଷ୍ଟା କରୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏକ ସର୍ବେକ୍ଷଣ ଅନୁଯାୟୀ ପ୍ରତି ଦଶଟିରେ ନଅଜଣଙ୍କର ମୃତ୍ୟୁ ଏବଂ ୮୦% ଡାକ୍ତରୀ ଦୃଷ୍ଟିକୋଣରୁ ଆଘାତ କାରଖାନା ପରିସରରେ ଏବଂ କାର୍ଯ୍ୟ ସମୟ ବାହାରେ ଘଟିଥାଏ। ସେଥିପାଇଁ କାର୍ଯ୍ୟ ପରବର୍ତ୍ତୀ ସମୟରେ ବିପଜ୍ଜନକ ଘଟଣା ନିୟନ୍ତ୍ରଣ କରିବାକୁ ଏକ କାର୍ଯ୍ୟ ସମୟ ବାହାରେ ନିରାପତ୍ତା ଟାସ୍କଫୋର୍ସ ଗଠନ କରାଯାଇଛି।

Udyog Nursery
Udyogi Nursery

ୟୁନିଟ ହେଡ ଏବଂ ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ୍‌ଙ୍କ ଦକ୍ଷ ମାର୍ଗଦର୍ଶନ ଅଧୀନରେ ଶ୍ରୀମତୀ ହିନା ବେଗ୍ (କାର୍ଯ୍ୟ ସମୟ ବାହାରେ ଗଠିତ ନିରାପତ୍ତା ଟାସ୍କ ଫୋର୍ସର ପ୍ରେସିଡେଣ୍ଟ), ଡ. ଲୋପମୁଦ୍ରା ପ୍ରିୟଦର୍ଶିନୀ (କାର୍ଯ୍ୟ ସମୟ ବାହାରେ ଗଠିତ ନିରାପତ୍ତା ଟାସ୍କ ଫୋର୍ସର ଚେୟାରପର୍ସନ), ଶ୍ରୀ ଜୟ ତିଓ୍ବାରୀ (ହେଡ୍‌, ସେପ୍‌ଟି) ଏବଂ ଟାସ୍କ ଫୋର୍ସର ସଦସ୍ୟଗଣ ନିରାପଦ ଆଚରଣ ଓ କାର୍ଯ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ଦିଗରେ ବହୁବିଧ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି।

କାର୍ଯ୍ୟ ସମୟ ବାହାରେ ନିରାପତ୍ତା ସମ୍ପର୍କିତ ବିଭିନ୍ନ ପ୍ରକାର ତାଲିମ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ସହରାଞ୍ଚଳଗୁଡିକରେ କାର୍ଯ୍ୟକ୍ଷେତ୍ର ବାହାରେ ନିରାପତ୍ତା ଅଡିଟ୍ ଏବଂ ସମୟାନ୍ତରରେ ପାରିପାର୍ଶ୍ବକ ଅଞ୍ଚଳଗୁଡିକରେ ସଚେତନତା ସୃଷ୍ଟିକାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମେସର୍ସ ଭାରତ ଗ୍ୟାସ୍ ସହିତ ଘନିଷ୍ଠ ସମନ୍ଵୟରେ ‘ଏଲ୍‌ପିଜି ସିଲିଣ୍ଡରର ନିରାପଦ ବ୍ୟବହାର’ ସମ୍ପର୍କରେ ଦୁଇଟି ତାଲିମ ଅଧ୍ଵବେଶନ ନୂଆପଡା ଓ ଓଷାପଡା ସହରାଞ୍ଚଳରେ ଯଥାକ୍ରମେ ୨୦୨୨ ସେପ୍ଟେମ୍ବର ୬ ତାରିଖ ଓ ୭ ତାରିଖରେ ଆୟୋଜିତ ହୋଇଯାଇଛି। ଏଥିସହିତ ସମସ୍ତ ୫୧୦ ଟି କ୍ୱାର୍ଟରରେ ଏଲ୍‌ପିଜି ଗ୍ୟାସ ସିଲିଣ୍ଡର, ପ୍ରେସର ରେଗୁଲେଟର, ରବର ଟ୍ୟୁବ, ହଟ୍ ପ୍ଲେଟ ଆଦି ସମ୍ପର୍କରେ ଅଡିଟ କରାଯିବା ସଙ୍ଗେ ସଙ୍ଗେ ମେସର୍ସ ଭାରତ ଗ୍ୟାସ୍‌ର ବୈଷୟିକ ଟିମ୍ ପକ୍ଷରୁ ଗ୍ରାହକଙ୍କୁ ନିରାପତ୍ତା ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଗ୍ୟାସ ସିଲିଣ୍ଡର ଜନିତ ବିପର୍ଯ୍ୟୟକୁ ନିୟନ୍ତ୍ରଣ କରିବା ସହିତ ନିରାପଦ ପରିବେଶ ନିର୍ମାଣ କରାଯାଇପାରିବ । ଏହି ଅବସରରେ ପ୍ରକାଶ କରି ଶ୍ରୀ ମଜହର ବେଗ୍ କହିଥିଲେ ଯେ, ନିରାପତ୍ତା ସମ୍ପର୍କିତ ସର୍ଭେ ଏବଂ ତତ୍ସମ୍ପର୍କିତ କାର୍ଯ୍ୟାଭ୍ୟାସଗୁଡିକୁ ଲାଗୁ କରିବାରେ ଉତ୍କଳ ଆଲୁମିନା କୌଣସି ପ୍ରକାର ସାଲିସ୍ କରେନାହିଁ ଏବଂ ସର୍ବଦା ଏକ ନିରାପଦ ପରିବେଶ ନିମନ୍ତେ ପ୍ରତିଶୃତିବଦ୍ଧ ରହିଛି।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭାତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.