ବାଘପାଲି ଜଙ୍ଗଲରେ କଲରାପତରିଆ ବାଘର ଗଳିତ ଶବ ଉଦ୍ଧାର

ଓଡିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନଖଣ୍ଡ ଅନ୍ତଗତ ବାଘପାଲି ଚାନ୍ଦଲି ସଂରକ୍ଷିତ ଜଗଙ୍ଗଲରେ ଏକ କଲରାପତରିଆ ବାଘର ଶବ ଉଦ୍ଧାର ହୋଇଛି । ବାଘଟିର ଶରୀର ପଚି ଯାଇଛି । କିଛି ଦୁବୁର୍ତ୍ତ ବାରହ ଶୀକାର ପାଇଁ ଜଙ୍ଗଲରେ ତାର ବିଛାଇ ଥିଲେ । ବାଘଟି ତାର ସଂସ୍ପର୍ଶରେ ଆସି ମୁତ୍ଯୁ ମୁଖରେ ପଡିଥିବା ସଂଦେହ କରାଯାଉଛି। ବାଘର ନିଶ ଓ ଗୋଡର ନଖ ନାହିଁ । ଜଙ୍ଗଲର ନିକଟବର୍ତ୍ତୀ ଗାଁ ବାଘପାଲିର କିଛି ଛେଳି ଚରାଲି ବାଘର ମୃତ ଦେହ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ତେବେ ବନବିଭାଗ ଅଧିକାରୀ ବିଲମ୍ବରେ ପହଞ୍ଚିଥିବାରୁ ସ୍ତାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପରେ ସୋନପୁର ଏସିଏଫ ପ୍ରଫୁଲ କୁମାର ଦରୁଆ, ଉଲୁଣ୍ଡା ରେଞ୍ଜର ଦିଲ୍ଲପ କୁମାର ପ୍ରଧାନ, ଉଲୁଣ୍ଡା ସେକ୍ସସନ ଫରେଷ୍ଟର ପ୍ରସନ୍ନ କୁମାର ନାୟକ, ବନରକ୍ଷୀ ବଲରାମ ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଲାପରେ ମୁତଦେହ ବ୍ୟବଚ୍ଛେଦ କରାଯାଇଥିଲା । ମୃତ ବାଘର ଦେହ ପଚି ଯାଇଥିବା କାରଣରୁ ବ୍ୟବଛେଦ ହୋଇପାରିନଥିଲା ଏବଂ ଶବକୁ ପୋଡି ଦିଆଯାଇଥିବା ପଶୁ ଡାକ୍ତର ସୁବ୍ରତ ପୁରୋହିତ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.