କାଉଡୋଳା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମିନି ଟ୍ରକ – ବସ୍ ଓ ୪୦୭ ମୁହାଁ ମୁହିଁ ଧକ୍କା, ୨ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭବାନୀପାଟଣାରୁ ଜୟପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୨୬ କୋକସରା ବ୍ଲକ କାଉଡୋଳା ବସ୍ ଷ୍ଟାଣ୍ଡ ଛକରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ସରକାରି ଯାତ୍ରୀବାହୀ ବସ, ଟ୍ରକ୍ ଓ ୪୦୭ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୪୦୭ରେ ଥିବା ଦୁଇଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ କୋକସରା ଦମକଲ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଦୁଇ ଗୁରୁତରଙ୍କୁ କୋକସରା ହସ୍ପିଟାଲରେ ନେଇ ଭର୍ତ୍ତି କରିଥିବା ସୂଚନା ମିଲିଛି । ତେବେ ସେମାନଙ୍କ ପରିଚୟ ମିଳିନାହିଁ । ଦୁର୍ଘଟଣା ଗ୍ରସ୍ଥ ବସଟି ମୋଟୁରୁ ଭବାନୀପାଟଣା ଯାଉଥିବା ବେଳେ ଟ୍ରକଟି ନାଗପୁରରୁ କାକରିଗୁମ୍ମା ଓ ୪୦୭ ମିନି ଟ୍ରକଟି ଜୁନାଗଡ଼ ଯାଉଥିବା ବେଳେ କାଉଡୋଳା ଛକରେ ଏହି ଦୁର୍ଘଟଣା ହୋଇଛି । ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦୁର୍ଘଟଣା ଫଳରେ ଜାତୀୟ ରାଜପଥରେ ରାସ୍ତା ଅବରୋଧ ହୋଇପଡିଛି । ଆମପାଣି ପୋଲିସ ଓ ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଗାଡିକୁ ହଟାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ରାସ୍ତା ଦୁଇକଡ଼ରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.