ଆମ୍ ଆଦମୀ ପାର୍ଟି ରାୟଗଡାର ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସ୍ଥାନୀୟ ଭେଙ୍କେଟେଶ୍ୱର୍ କଲ୍ୟାଣ ମଣ୍ଡପ ଠାରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆମ୍ ଆଦମୀ ପାର୍ଟି ଓଡିଶାର ରାଜ୍ଯ ଉପ ସଭାପତି ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ତଥା ରାଜ୍ୟ ନେତୃତ୍ୱ ଶ୍ରୀଯୁକ୍ତ ସୌମ୍ୟ ପ୍ରଧାନ ସମ୍ମାନିତ ଅତିଥି ଭାବେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ । ଖଣି ପାଣି ପାହାଡ ପର୍ବତ ଜଙ୍ଗଲ ଜମି ପ୍ରାକୃତିକ ସମ୍ପଦରେ ପରିପୂର୍ଣ ରାୟଗଡ଼ା ଜିଲ୍ଲା ରାଜ୍ୟ ତଥା ଜିଲ୍ଲା ନେତୃତ୍ବ ଙ୍କ ଦୂରଦୃଷ୍ଟି ଅଭାବରୁ କିପରି ପଛୁଆ ଶ୍ରୀଯୁକ୍ତ ଦାଶ ସୂଚନା ଦେବା ସହ ଆଗାମୀ ଦିନରେ ଆମ୍ ଆଦମୀ ପାର୍ଟିରେ ପ୍ରତ୍ୟେକ ଗ୍ରାମ ଓ ପଞ୍ଚାୟତ ର ସକ୍ରିୟ କର୍ମୀ ଯୋଗ ଦେଇ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, ଦୁର୍ନୀତି ମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ବ୍ୟବସ୍ଥା ରାୟଗଡ଼ା ଜିଲ୍ଲାର ଜନସାଧାରଙ୍କ ପାଖରେ ନିଶ୍ଚୟ ପହଁଚିବ ବୋଲି ଦୃଢୋକ୍ତି ପ୍ରକାଶ କରିଥଲେ । ରାୟଗଡ଼ା ଜିଲ୍ଲାର ସମସ୍ତ ସଂଗ୍ରାମୀ କାର୍ଯ୍ୟକର୍ତ୍ତାଙ୍କୁ ସଂଗଠିତ କରି ତୃଣମୂଳ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସଂଗଠନକୁ ଦୃଢ଼ କରିବାକୁ ବ୍ଲକ୍ ଜୋନ୍ ନିର୍ବାଚନ ମଣ୍ଡଳୀ ସ୍ତରରେ ବୈଠକ କରିବା ପାଇଁ ଆଜିର ସମ୍ମିଳନୀରେ ରାଜ୍ଯ ମୁଖପାତ୍ର (ଓଡିଶା) ତଥା ରାୟଗଡା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜନ୍ମେଜୟ ସ୍ବାଇଁ ଆହ୍ବାନ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆସନ୍ତା ସପ୍ତାହକ ମଧ୍ୟରେ ନିଜ ନିଜ ଗ୍ରାମ ଓ ପଞ୍ଚାୟତରେ ସଭ୍ୟ ସଂଗ୍ରହ ପାଇଁ ଏକ ମ୍ୟାପିଙ୍ଗ ସିଟ କର୍ମୀ ମାନଙ୍କୁ ପ୍ରଦାନ କରିବା ସହିତ ଶ୍ରୀ ସ୍ବାଇଁ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଆମେ କାହାର ବିକଳ୍ପ ହେବାକୁ ଚାହୁଁ ନାହୁଁ , ଆମେ ଆସିଛୁ ବିକଳ୍ପ ରାଜନୀତି କରିବା ସହିତ, ବିଶ୍ୱସ୍ତରୀୟ ଉତ୍ତମ ଶିକ୍ଷା , ସ୍ୱାସ୍ଥ୍ୟସେବା ଏବଂ ଚାଷୀର ହିତ ରାଜନୀତି ତଥା ବିଜୁଳି, ପାଣି ଓ ରୋଜଗାରର ରାଜନୀତି, ଦୁର୍ନୀତି ଭ୍ରଷ୍ଟାଚାରକୁ ହଟେଇବା ପାଇଁ ଆମର ଲକ୍ଷ୍ଯ ବୋଲି ପ୍ରକାଶ କରିବା ସହ ଜାତୀୟ ଆବାହକ ଅରବିନ୍ଦ କେଜରିୱାଲଙ୍କ ମେକ ଇଣ୍ଡିଆ ମେକ୍ ନମ୍ବର ୱାନ ଯାହାକି ହରିଆଣାର ହିସାରରୁ ଆରମ୍ଭ ହୋଇଛି ମିଶନରରେ ଯୋଡ଼ି ହେବା ପାଇଁ ୯୫୧୦୦୦୧୦୦୦ ନମ୍ବର ରେ ମିସ୍ କଲ କରନ୍ତୁ ବୋଲି ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ମହିଳା ସଙ୍ଗଠକ ଶ୍ରୀମତି ସୁଚିତ୍ରା ପାଇକ କହିଥିଲେ ନାରୀ ଶକ୍ତି ସର୍ବଶେଷ୍ଟ ଶକ୍ତି ବା ମହାନ ଶକ୍ତି ରାୟଗଡାର ପ୍ରତେକ ଘରୁ ସମସ୍ତ ମା ଓ ଭଉଣୀ ମାନେ ହାତରେ ଖଣ୍ଡେ ଖଣ୍ଡେ ଝାଡୁ ଧରି ବାହାରିବାକୁ ପଡିବ, ଆମ ଦେଶକୁ ଭ୍ରଷ୍ଟାଚାର ଓ ଦୁର୍ନୀତି ମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ । ଏବଂ ଅରବିନ୍ଦ କେଜରିୱାଲଙ୍କ ମେକ ଇଣ୍ଡିଆ ନମ୍ବର ୱାନରେ ସାମିଲ ହେବାକୁ କହିଥିଲେ ।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ବିଷ୍ଣୁପ୍ରିୟା ଝଡିଆ, ମଧୁସ୍ମିତା ପାଇକ, ଉମାରାଣୀ ବେହେରା, କୁମଦିନ୍ ରାଏ ସୁଵାସିନୀ ପାଇକ, ଗୀତା କଣ୍ଡାଗିରୀ, ଭାନୁ ବେନିଆ,ଏବଂ ଟି ସାଙ୍ଗାନା, ଜିତେନ୍ଦ୍ର ସେନାପତି, ଦୁର୍ଗା ଚରଣ ପଟ୍ଟନାୟକ, କରୁଣାକର ପାଇକ, ସନ୍ତୋଷ ପାଇକ, ହେମନ୍ତ ଖରା, ଅଭିମନ୍ୟୁ ବେହେରା, ପ୍ରଦିପ ସେନାପତି, ଲକି ଶଗଡିଆ, ନରେଶ ଖୋସଲା,ମଙ୍ଗଳ ନାଏକ ଏବଂ ଜିଲ୍ଲାର ୧୧ ଟି ବ୍ଲକ୍ ରୁ ଆସିଥିବା ବିଭିନ୍ନ ଦଳ ଛାଡି କର୍ମୀ ମାନେ ଆପ୍ ରେ ଯୋଗଦେଇଥିଲେ ଓ ଜିଲ୍ଲାର ଶତାଧିକ ଆପ୍ ର ସକ୍ରିୟ ସଦସ୍ୟ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବିଧାନ ସଭା ଓ ବ୍ଲକରେ ଏହିପରି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜନ କରାଯାଇ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଭର୍ଚୁଆଲ ମାଧ୍ୟମରେ ବାର୍ତ୍ତା ପଠାଇଥିଲେ । କାର୍ଯ୍ଯକ୍ରମ ପରିଚାଳକ ଶ୍ରୀ କରୁଣାକର ପାଇକ ସଭା ପରିଚାଳନା କରିଥିବା ବେଳେ ଯୁବ ସଂଗଠକ ଶ୍ରୀ ଜିତେନ୍ଦ୍ର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.