ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ମେହେର ଜାତିର କୌଳିକ ବୃତ୍ତି ଲୁଗାବୁଣାର ଏନ୍ତୁଡ଼ିଶାଳ “ମଙ୍ଗାଶାଳ” ନାଁ ରେ ନୂଆଁଖାଇ ଭେଟ କାର୍ଯ୍ଯକ୍ରମ ମେହେର ଯୁବାମଂଚ ତରଫରୁ ସିନାପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଗ୍ରାମ୍ଯଦେବୀ ମାଁ ମହୁଲଗଛିଏନ୍ ପୀଠରୁ ଯୁବାମଂଚ ସଦସ୍ଯ ଆଜ୍ଞାମାଳା ଧରି ଆସିଲା ପରେ କାର୍ଯ୍ଯକ୍ରମର ଶୁଭାରମ୍ଭ ହୋଇଥିଲା । ଯୁବାମଂଚ ସଭାପତି ଆଲୋକ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଅତିଥି ଭାବରେ ନିଖିଳ ଓଡ଼ିଶା ମେହେର ସମାଜ ସଭାପତି ବୈଶମ୍ପାୟନ ମେହେର, ସମାଜର ନୂଆପଡ଼ା ଜିଲ୍ଲା ସଂପାଦକ ସୁରେଶ୍ୱର ମେହେର, ସିନାପାଲି ଗ୍ରାମ୍ଯ ସଭାପତି ଟେଣୋ ମେହେର, ଯୁବ ଲେଖକ ବୈଷ୍ଣବ ମେହେର, ସରପଂଚ ସୁନୀତା ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ସାମାଜିକ ଏକତ୍ରୀକରଣ ସହ ଜାତିର ସଂସ୍କୃତି ଓ ଶୃଙ୍ଖଳାକୁ ବଜାୟ ରଖି ପରସ୍ପର ମଧ୍ଯରେ ସହଭାଗିତା ରକ୍ଷା ନିମନ୍ତେ ନୂଆଁଖାଇ ଭେଟର ଭୂମୀକା ମହତ୍ୱପୂର୍ଣ୍ଣ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଯୁବ ପ୍ରତିଭା ବୈଷ୍ଣବ ମେହେର, ପୁଜା ମେହେର, ବଳରାମ ମେହେରଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ମଣ୍ଟୁ, ଜିତୁ ଓ ପ୍ରଭାତ ମାନପତ୍ର ପାଠ କରିଥିଲେ । ପ୍ରାରମ୍ଭରେ ସାନୁର୍ଯ୍ଯ ମେହେର ମଂଚକୁ ସ୍ୱାଗତ କରିଥିବା ବେଳେ ପରମେଶ୍ବର ମେହେର ସମ୍ବର୍ଦ୍ଧନା କାର୍ଯ୍ଯକ୍ରମ ପରିଚାଳନା କରିଥିଲେ । ମେହେର ଜାତିର କୌଳିକ ବୃତ୍ତି ଲୁଗାବୁଣାର ବିଭିନ୍ନ ପାରମ୍ପରିକ ଯଂତ୍ରପାତିର ପ୍ରଦର୍ଶନୀ ଲୋକଙ୍କୁ ବେଶ ଆକୃଷ୍ଟ କରିଥିଲା । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ବିଜେତା ମାନଙ୍କୁ ମଂଚରେ ପୁରସ୍କୃତ କରାଯାଇଥିବା ବେଳେ, ପୁରସ୍କାର ବିତରଣକୁ ପ୍ରବୀଣ କୁମାର ମେହେର ପରିଚାଳନା କରିଥିଲେ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମକୁ ମଳୟ, ସୁଦର୍ଶନ, ନମୀତା ପରିଚାଳନା କରିଥିଲେ । ବିଭିନ୍ନ ଡିଜାଇନର ସମ୍ୱଲପୁରୀ ପିନ୍ଧନକୁ ନେଇ ରେମ୍ପ ସୋ ପରିବେଷଣ ମୁଖ୍ଯ ଆକର୍ଷଣ ପାଳଟି ଥିଲା । କାର୍ଯ୍ଯକ୍ରମରେ ଯୁବାମଂଚର ଛଅ ଶହରୁ ଅଧିକ ସଭ୍ଯସଭ୍ଯା ଉପସ୍ଥିତ ଥିବା ବେଳେ ଶେଷରେ ସୁରଜ ମେହେର ଧନ୍ଯବାଦ ଅର୍ପଣ କରିଥିଲେ ।