ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା: ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚନ୍ଦାହାଣ୍ଡି ସାମ୍ବାଦିକ ସଂଘର ଦାବି ପତ୍ର

ଓଡି଼ଆ ବାର୍ତ୍ତା /ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ରାଜ୍ୟ ସାମ୍ବାଦିକ ସଂଘର ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସମସ୍ତ ବ୍ଲକର କର୍ମକର୍ତ୍ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପ୍ରଦାନ କରିବାକୁ ଅବଗତ କରିଥିବା ବେଳେ ଆଜି ଚନ୍ଦାହାଣ୍ଡି ପ୍ରେସ କ୍ଲବ ସଭାପତି ତଥା ଓଡିଶା ସାମ୍ବାଦିକ ସଙ୍ଘର ଜାତୀୟ କାର୍ଯ୍ୟ କାରିଣୀ ସଦସ୍ୟ ଦିଲୀପ ଦାସଙ୍କ ନେତୃତ୍ଵରେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଘଟଣାକୁ ଚନ୍ଦାହାଣ୍ଡି ସାମ୍ବାଦିକ ସଂଘ ତୀବ୍ର ନିନ୍ଦା କରିଛି । ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଚନ୍ଦାହାଣ୍ଡି ସାମ୍ବାଦିକ ସଂଘର ସଭାପତି ଦିଲ୍ଲୀପ କୁମାର ଦାସ, ବରିଷ୍ଠ ସାମ୍ବାଦିକ ମହମ୍ମଦ ହୁସେନ, ମୁକୁନ୍ଦ ବେଶ୍ରା, ମନୋଜ କୁମାର ପାଣ୍ଡି,ସଂଗ୍ରାମ କେଶରୀ ସାହୁ, ବାସୁଦେବ ସୁନା, ଶ୍ୟାମ ସୁନ୍ଦର ସୁନାନି, ଦିବ୍ୟରଞ୍ଜନ ମହାପାତ୍ର, ହିମାଂଶୁ ଦାସ, ପୂର୍ଣ୍ଣ ଚନ୍ଦ୍ର ଟାକ୍ରି, କାମିନୀ ରଞ୍ଜନ ପାଣ୍ଡେ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୂଚନା ଥାଉ ଯେ, ଖବର ସଂଗ୍ରହ ସମୟରେ ନବରଙ୍ଗପୁର ଏ.ଏସ.ପି ଜୟକୃଷ୍ଣ ବେହେରା ପାପଡ଼ାହାଣ୍ଡି ବ୍ଲକର ୩ ଜଣ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଏକ ପ୍ଲାଷ୍ଟିକ ବାଡିରେ ଆକ୍ରମଣ କରି ସେମାନଙ୍କ ମୋବାଇଲ ଛଡାଇ ଭାଙ୍ଗିଛନ୍ତି । ଏକ ପ୍ରେମ ବ୍ୟାପାରରେ ଜଣେ ବରଗଡ ଅଞ୍ଚଳର ବିବାହିତ ମହିଳାଙ୍କୁ ଅନ୍ୟାୟ କରାଯାଉଥିବା ଖବର ପାଇ ଅର୍ଗସ ଟିଭି ଚ୍ୟାନଲ ଜିଲ୍ଲା ପ୍ରତିନିଧି ଜିମ୍ମି ଘଣ୍ଟ, ପ୍ରଗତିବାଦୀ ସାମ୍ବାଦିକ ଓମ ପ୍ରକାଶ କରମ ଚାନ୍ଦ ଦାଶ ଏବଂ ସକାଳ ସାମ୍ବାଦିକ ପ୍ରବୀଣ କୁମାର ସତନାମୀ ଖବର ସଂଗ୍ରହ କରିବାକୁ ପାପଡାହାଣ୍ଡି ଥାନାରେ ଗତ ୧୪ ତାରିଖ ଦିନ ଅପରାହ୍ନ ୪ଟାରେ ପହଞ୍ଚିଥିଲେ । ଏହି ଖବର ସଂଗ୍ରହ କରିବା ସମୟରେ ଏଏସପି ହଠାତ ଥାନାରେ ପହଞ୍ଚି ଯୁବତୀ ଜଣଙ୍କୁ ଜବରଦସ୍ତ ଯୁବତୀଙ୍କ ପରିବାର ସହ ବରଗଡ ଫେରିବାକୁ ବାଧ୍ୟ କରୁଥିଲେ । ଏହି ଦୃଶ୍ୟ କ୍ୟାମେରାରେ ଉତ୍ତଳନ କରିବା ଦେଖି ଏ.ଏସ.ପି ପ୍ରଚଣ୍ଡ ରାଗିଯାଇ ଏକ ପ୍ଲାଷ୍ଟିକ ପାଇପରେ ସାମ୍ବାଦିକଙ୍କ ସମେତ ଘଟଣା ସ୍ଥଳରେ ଉପସ୍ଥିତ ଥିବା ମହିଳା ଓ ଯୁବତୀଙ୍କୁ ମଧ୍ୟ ପିଟି ଚାଲିଥିଲେ । ଏଭଳି ଦାଇତ୍ଵହୀନ ଅଧିକାରୀଙ୍କ ମହିଳା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଆଚରଣକୁ ସମଗ୍ର ଜିଲ୍ଲାର ସାମ୍ବାଦିକ ମାନେ ନିନ୍ଦା କରିଛନ୍ତି । ଏଭଳି ଅଧିକାରୀ ଯୋଗୁଁ ସମଗ୍ର ପୋଲିସ ବ୍ୟବସ୍ଥା ପ୍ରତି ଜିଲ୍ଲାରେ ଲୋକଙ୍କ ଆସ୍ଥା ତୁଟିବା ପୂର୍ବରୁ ଏ.ଏସ.ପି ଙ୍କୁ ତୁରନ୍ତ ଏଠାରୁ ବଦଳି କରିବା ସହ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ମହଲରେ ଦାବୀ ହୋଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.