ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି କୁଳତା ସମାଜ ନର୍ଲା ‘କ’ ତିତକେଲା ଆଞ୍ଚଳିକର ଶ୍ରୀପୁର ଗ୍ରାମରେ ନୂଆଖାଇ ଭେଟଘାଟ- ୨୦୨୨ ଏବଂ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି କୁଳତା ସମାଜ ସଭାପତି କେଶବ ଚନ୍ଦ୍ର ଭୋଇ, ସମ୍ମାନିତ ଅତିଥି ଭାବେ ସମ୍ପାଦକ ବିଜୟ କୁମାର ଭୋଇ, ସହ ସମ୍ପାଦକ ଶରତ ଚନ୍ଦ୍ର ଭୋଇ, ସଂସ୍କାର କମିଟି ଅଧ୍ୟକ୍ଷ ରକ୍ଷାକର ଭୋଇ, ଉପଦେଷ୍ଟା କମିଟିର ସଦସ୍ୟ ଚିତ୍ତରଞ୍ଜନ ଭୋଇ, ରାମଚଣ୍ଡୀ ମନ୍ଦିର କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ଗଙ୍ଗାଧର ପ୍ରଧାନ, ମନ୍ଦିର ପୂଜକ ଈଶ୍ୱର ଭୋଇ, ସାଂସ୍କୃତିକ କମିଟି ଅଧ୍ୟକ୍ଷ ଧୃବଚରଣ ବିଶ୍ୱାଳ ‘କ’ ଆଞ୍ଚଳିକ ସଭାପତି ସୁବାସ ଖମାରି, ସମ୍ପାଦକ ଉଗ୍ରସେନ ନାଏକ ଏବଂ ଶ୍ରୀପୁର ସମାଜ କମିଟିର ସଭାପତି ଅରୁଣ କୁମାର ପଧାନ, ସମ୍ପାଦକ ଯୁଗଳ କିଶୋର ପଧାନ, ଶୋଭାକର ପ୍ରଧାନ ଓ କୂଳତା ଯୁବ ସଭାପତି ଦେବେନ୍ଦ୍ର ସା, ମହିଳା ସଭାପତି ପ୍ରମିଳା ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ମୋହନ ଶଙ୍କର ପଧାନ ମଞ୍ଚ ପରିଚାଳନା କରଥିବା ବେଳେ ପୁରୁଷୋତ୍ତମ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୧୯ ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଶ୍ରୀପୁର ଗ୍ରାମର ଉତ୍ତର କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ଶିବିରରେ ମିଲନ କୁମାର ଭୋଇ, ନରେଶ ନାଏକ, ଗାଙ୍ଗୁଲି ପଧାନ, ମାନସ ପ୍ରଧାନ, ଆକାଶ ପଧାନ ଏବଂ ଏଏନଏମ ଲିପ୍ସା ପଧାନ ଏବଂ ଉକ୍ତ ଅଞ୍ଚଳର ଯୁବକମାନେ ସହଯୋଗ କରିଥିଲେ । ଭବାନୀପାଟଣା ରକ୍ତ ଭଣ୍ଡାରର କର୍ମଚାରୀ ଲେବ ଟେକନିସିଆନ ସଙ୍ଘମିତ୍ରା ସୁନା, ରୂପେଶ ମୁଣ୍ଡ, ଡୋଳାମଣି ମାଝୀ ଓ ଛାତ୍ର ବାପୁନଦୁର୍ଗା ପ୍ରମୁଖ ରହି ରକ୍ତ ସଂଗ୍ରହ କରିଥିଲେ ।