ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଚୀନ ଏବଂ ଇଟାଲୀ ଭାଷାରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ ସୁପ୍ରସିଦ୍ଧ ଓଡିଆ କବିତା ଦୁଃଖ ଓ ଈଶ୍ୱର । ଓଡ଼ିଆ କବିତାକୁ ଡ଼.ତପନ କୁମାର ରଥ ଇଂରାଜୀରେ ଅନୁବାଦ କରିଥିବା ବେଳ ଉକ୍ତ କବିତାକୁ ପ୍ରସିଦ୍ଧ ଇଟାଲୀ କବି ଡ଼.ଫ୍ରାନକା କୋଲୋଜୋ ଇଟାଲୀ ଭାଷାରେ ଅନୁବାଦ କରି, ଇଟାଲୀର ପ୍ରସିଦ୍ଧ ୱେବ ମାଗାଜିନ ଲାରେଚେରଚେ.ଇଟ ରେ ପ୍ରକାଶିତ କରିଛନ୍ତି । ସେହି କବିତାକୁ ଚୀନ ଭାଷାରେ ଅନୁଦିତ କରିଛନ୍ତି ତାଇୱାନର ସୁପ୍ରସିଦ୍ଧ କବି ଲାଓ ଫୁ । କବି ଲାଉ ଫୁ ତାଇୱାନର ଜଣେ ସୁପରିଚିତ ଚେହେରା । ସେ ତାଇୱାନ ପୋଏଟ୍ରି ସୋସାଇଟି, ଚାଇନିଜ ପୋଏଟ୍ରି ସୋସାଇଟି ଏବଂ ଇଣ୍ଟରନେସନାଳ ପୋଏଟ୍ରି ରିସର୍ଚ୍ଚର ମେମ୍ବର ଥିଲେ । ତାସହିତ ପେପେର ‘ଚାଇନା ମିନିଏଚର ‘ ଏବଂ ‘ଏକ୍ସଟ୍ରା ଟେରିଟୋରିଆଲ ଷ୍ଟାଇଲ’ର ସେ ଥିଲେ ସହ ସମ୍ପାଦକ । କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ, ଭିଏତନାମା, ଜାପାନ, କିର୍ଗିଜ୍, ହିବ୍ରୁ ଭଳି ୧୬ ଟି ଅନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି । ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ କବିତା ପୁଣି ଦୁଇଟି ଭାଷାରେ ଅନୁଦିତ ହେବାପରେ ତାଙ୍କ ଜନ୍ମମାଟି କଳାହାଣ୍ଡି ସମେତ ରାଜ୍ୟର ଅନେକ ମହଲରେ ଖୁସିର ଲହରୀ ଖେଳିଯାଇଛି ।