ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର କୃଷକଙ୍କ ଜୀବନକୁ ପରିବର୍ତ୍ତନ କରୁଛି

ଜୀବିକା ସମୃଦ୍ଧି ପ୍ରକଳ୍ପ ଜରିଆରେ କୃଷକଙ୍କ ଆୟ ପ୍ରାୟ ୫୦% ବୃଦ୍ଧି

ଓଡ଼ିଆ ବାର୍ତ୍ତା/ ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର ଜୀବିକା ସମୃଦ୍ଧି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର କୃଷକଙ୍କ ଜୀବନରେ ପରିବର୍ତନ ଆଣିଛି । ଏହି ପଦକ୍ଷେପ କୃଷି କ୍ଷେତ୍ରରେ ସ୍ଥାୟୀ ଜୀବିକା ପ୍ରକଳ୍ପ ରହିଛି ଯାହାର ଲକ୍ଷ୍ୟ କ୍ଷୁଦ୍ର ଓ ମାର୍ଜିନାଲ ଚାଷୀମାନଙ୍କ ଜୀବନରେ ଉନ୍ନତି। ଏହା ଦ୍ଵାରା ସେମାନେ ଜମିରୁ ଅଧିକ ଅମଳ କରିପାରିବେ ଓ କୃଷି ନିବେଶରୁ ଉପଯୁକ୍ତ ଫେରସ୍ତ ପାଇପାରିବେ। ବର୍ତ୍ତମାନ ଏହି ପ୍ରକଳ୍ପର ଦ୍ଵିତୀୟ ପର୍ଯ୍ୟାୟରେ ଝାରସୁଗୁଡ଼ାର ପାଂଚଗୋଟି ଗ୍ରାମ ଯଥା ସିରିଆପାଲି, କେଲଦାମାଳ, ଗୁଡ଼ିଗାଁ, କଟିକେଲା ଓ କୁରେବଗାଁର ୩୦୦ରୁ ଅଧିକ କୃଷକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ।

ବେଦାନ୍ତର ଜୀବିକା ସମୃଦ୍ଧି ପ୍ରକଳ୍ପ ଏହି ଅଂଚଳରେ କୃଷି କ୍ଷେତ୍ରରେ ଯଥେଷ୍ଟ ପ୍ରଭାବ ପକାଇଛି ଯାହାମଧ୍ୟରେ:

• କୃଷକଙ୍କ ମାସିକ ଆୟ ୭୭% ବୃଦ୍ଧି ପ୍ରାୟତଃ ୫୦% ।

• ଅଧିକାଂଶ କୃଷକ ଏହି ପ୍ରକଳ୍ପ ସହ ଜଡ଼ିତ, ଯେଉଁମାନେ ଉନ୍ନତ ଜଳସେଚନ ଯୋଗୁ ବର୍ଷ ତମାମ ଚାଷ କରିପାରୁଛନ୍ତି ।

• କୃଷକମାନେ ଏବେ ଆଉ ଚାଷ ପାଇଁ ବର୍ଷା ଉପରେ ନିର୍ଭର କରୁ ନାହାନ୍ତି ।

• ଅର୍ଥକାରୀ ଫସଲ ବୃଦ୍ଧି ହୋଇଛି ଯଦ୍ବାରା ଅଧିକ ରାଜସ୍ବ ବୃଦ୍ଧି ହୋଇ ପାରିଛି ।

• ବିଭିନ୍ନ ପ୍ରକାର ଫସଲ ଉତ୍ପାଦିତ ହେବା ସହ କୃଷକମାନଙ୍କୁ ନୂଆ ପନିପରିବା ଚାଷ ପାଇଁ ଉପଯୁକ୍ତ ସମ୍ବଳ ଯୋଗାଇ ଦିଆଯାଉଛି ।

• ଗତ ଆର୍ଥିକ ବର୍ଷରେ କୃଷି ବିଜ୍ଞାନ କେନ୍ଦ୍ରର କୃଷି ବୈଜ୍ଞାନିକଙ୍କ ଦ୍ବାରା ୨୦ରୁ ଅଧିକ ପ୍ରଶିକ୍ଷଣ (୪୪୦୦ ପ୍ରଶିକ୍ଷଣ ଘଂଟା) ପରିଚାଳିତ ହୋଇଛି, ସରକାରଙ୍କ ଉଦ୍ୟାନବିତ ଅଧିକାରୀ ଇତ୍ୟାଦି ଫସଲ ଯୋଜନା ଓ ପରିଚଳନା, ଅମଳ ପରବର୍ତି ଯୋଜନା,ପ୍ୟାକେଜ ଅଫ ପ୍ରପଟି ଇତ୍ୟାଦି ଉପରେ ଦିଗଦର୍ଶନ ପ୍ରଦାନ କରୁଛନ୍ତି ।

ସ୍ଥାନୀୟ ଗୋଷ୍ଠୀଙ୍କ ପାଇଁ ସ୍ଥାୟୀ ଜୀବିକା ନିର୍ବାହ ଉଦ୍ଦେଶ୍ୟରେ କଂପାନିର ଉଦ୍ୟମ ବିଷୟରେ ବେଦାନ୍ତ ଆଲୁମିନିୟମ ଲିମିଟେଡର ସିଇଓ ଶ୍ରୀ ସୁନୀଲ ଗୁପ୍ତା କହିଛନ୍ତିଯେ- ସ୍ଥାୟୀ ଜୀବିକା ସୃଷ୍ଟି କରିବା ଆମ ଗୋଷ୍ଠୀ ବିକାଶ ପ୍ରୟାସର ଏକ ପ୍ରମୁଖ ଦିଗ । ସେହି ଉଦ୍ଦେଶ୍ୟରେ ଆମେ ଝାରସୁଗୁଡ଼ାରେ ଦକ୍ଷତା ବିକାଶ, ମହିଳାଙ୍କ ସଶକ୍ତିକରଣ, କୃଷି, ଉଦ୍ୟୋଗ ଇତ୍ୟାଦି ଉପରେ ଅନେକ କାର୍ଯ୍ୟକ୍ରମ ପରିଚାଳନା କରିଥାଉ । ଏହି ଅଂଚଳରେ କୃଷିକୁ ମୂଳ ଉତ୍ସ କରୁଥିବା ଚାଷୀଙ୍କ ପାଇଁ ଖାଦ୍ୟ ନିରାପତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆମେ କୃଷକଙ୍କ ଉନ୍ନତି ପାଇଁ ଉନ୍ନତ ଚାଷ ପ୍ରଣାଳୀ, ନୂଆ କୌଶଳ ଉପରେ ଗୁରୁତ୍ଵ ଦେଉଛୁ। ଜମି ଓ ଜଳ ପରିଚାଳନା କୌଶଳ ଇତ୍ୟାଦି ଆମ ଜୀବିକା ସମୃଦ୍ଧି ପ୍ରକଳ୍ପ ଅନ୍ତର୍ଗତ । ଏହା ଦ୍ଵାରା ଝାରସୁଗୁଡ଼ାର କୃଷକମାନଙ୍କ ପାଇଁ ଉନ୍ନତ ଅମଳ ଓ ଘରୋଇ ଆୟ ବୃଦ୍ଧି ହୋଇ ପାରିବ ।

ବେଦାନ୍ତର ସାମାଜିକ ପଦକ୍ଷେପ ଅନ୍ତର୍ଗତ ଜୀବିକା, ଗୁଣାତ୍ମକ ଶିକ୍ଷା, ମହିଳା ସଶକ୍ତିକରଣ, ସ୍ବାସ୍ଥ୍ୟ, ଜଳ ଓ ପରିମଳ ତଥା ଗୋଷ୍ଠୀର ଭିତିଭୂମି ବିକାଶ ଲାଗି ବେଦାନ୍ତର ସାମାଜିକ ପ୍ରୟାସ ଦ୍ବାରା ଝାରସୁଗୁଡ଼ା ନିକଟବର୍ତି ୭୯ରୁ ଅଧିକ ଗ୍ରାମାଂଚଳରେ ପହଁଚି ଏକ ବର୍ଷରେ ପ୍ରାୟ ୧.୭ ଲକ୍ଷ ଲୋକଙ୍କୁ ଉପକୃତ କରାଇ ପାରିଛି । ଏହାର ୩୩୯ରୁ ଅଧିକ ଏସଏଚଜିରେ ୪୦୦୦ରୁ ଅଧିକ ମହିଳାଙ୍କ ଜୀବନରେ ସମୃଦ୍ଧି ଆସିପାରିଛି । ବାର୍ଷିକ ପ୍ରାୟ ୩୨୦୦୦ ଲୋକଙ୍କ ଦ୍ଵାର ଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି, ୬୪୦୦ରୁ ଅଧିକ ଛାତ୍ରଙ୍କୁ ଶିକ୍ଷା ସହାୟତା ଓ ଗୋଷ୍ଠୀ ସହାୟତାରେ ୧.୪୮ରୁ ଅଧିକ ବୃକ୍ଷ ରୋପଣ କରାଯାଇ ପାରିଛି ।

ବେଦାନ୍ତ ଆଲୁମିନିୟମ ଉତ୍ପାଦନ କରିବାରେ ଭାରତର ବୃହତମ ଉତ୍ପାଦକ ଓ ଆର୍ଥିକ ବର୍ଷ ୨୨ରେ ୨.୨୬ ମିଲିୟନ ଟନ ଆଲୁମିନିୟମ ଉତ୍ପାଦନ କରିଛି । ଏହା ବିଶ୍ଵଶ୍ରେଣୀର ୧.୭୫ ଏମଟିପିଏ ଆଲୁମିନିୟମ ସ୍ମେଲଟର ପାଂଟ ଓ ଝାରସୁଗୁଡ଼ାରେ ୩୬୧୫ ମେଓ୍ବାର ତାପଜ ବିଜୁଳି ଉତ୍ପାଦନ କରୁଛି । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ଏକମାତ୍ର ଭାରତୀୟ ସ୍ମେଲଟର ଭାବରେ ବିଶ୍ଵକୁ ୧ ନିୟୁତ ଟନ ଉତ୍ପାଦନ ଓ ଏକସପୋର୍ଟ କ୍ଳବ। ବେଦାନ୍ତର ଝାରସୁଗୁଡ଼ା ହେଉଛି ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତି, ଆର ଆଣ୍ଡ ଡି ଓ ଅଭିନବ ଦକ୍ଷତାକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.