ଏବେ ବନ୍ଧା ହେବେ ଠକ ଫସଲ ବୀମାକାରୀ

ଚାଷୀଙ୍କ ଫସଲ ବୀମା କରୁଥିବା ଠକ ଦୁର୍ବୃତ୍ତଙ୍କୁ ତଲାସ କରୁଛନ୍ତି ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି(ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳର ବିଭିନ୍ନ ଗ୍ରାମର ଚାଷୀଙ୍କ ଜମିର କାଗଜପତ୍ର କାଢି ସେଥିରେ ନିଜ ଆକାଉଣ୍ଟ ନମ୍ବର ସଂଯୁକ୍ତ କରି ଚାଷୀଙ୍କ ଫସଲ ବୀମା କରି ବୀମା ଅଧିକାରୀ ମାନଙ୍କୁ ହାତ କରି କେତେକ ଦୁର୍ବୃତ୍ତ ଚାଷୀଙ୍କ ଲକ୍ଷ ଲକ୍ଷ ବୀମା ଟଙ୍କା ଖାଇ ଯାଉଥିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗତ ତିନି ବର୍ଷ ହେଲା ନର୍ଲା ଅଞ୍ଚଳର ଚାଷୀ ଅଭିଯୋଗ କରି ଆସୁଛନ୍ତି । ବର୍ଷା ଅଭାବରୁ ମରୁଡି ସମ୍ଭାବନା ନେଇ ଚାଷୀ ଯେତେବେଳେ ଫସଲ ବୀମା କରିବା ପାଇଁ ବ୍ୟାଙ୍କକୁ ଯାଉଛନ୍ତି । ଚାଷୀଙ୍କୁ ବ୍ୟାଙ୍କ ତରଫରୁ କୁହାଯାଉଛି ସେମାନଙ୍କ ଫସଲ ବୀମା ହୋଇ ସାରିଛି ବୋଲି । ବାରମ୍ବାର ଚାଷୀଙ୍କ ତରଫରୁ ଏଭଳି ଅଭିଯୋଗ ହେବା ପରେ ଏବେ ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେଇ ଫସଲ ବୀମା ହୋଇଥିବା ଜମିର ଜମି ମାଲିକ ଓ ବୀମାରେ ସଂଯୁକ୍ତ ହୋଇଥିବା ଏକାଉଣ୍ଟ ର ଏକାଉଣ୍ଟ ଧାରୀଙ୍କ ମଧ୍ୟରେ କଣ ସମ୍ପର୍କ ରହିଛି ଏହାର ସମ୍ପୂର୍ଣ୍ଣ ବିବରଣୀ କାଢ଼ି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

Omkar Vasthu
Omkar Vasthu

ଏଠାରେ ପ୍ରକାଶ ଯୋଗ୍ୟ ଯେ, ପ୍ରତି ବର୍ଷ ଜୁଲାଇ ୩୧ ହୋଇଥାଏ ଫସଲ ବୀମାର ଅନ୍ତିମ ତାରିଖ । ନର୍ଲାରେ ଗତ ଦୁଇ ବର୍ଷ ହେଲା ଅଭାବୀ ବର୍ଷା ଯୋଗୁଁ ହେଉଛି ମରୁଡି । ଏହା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ନର୍ଲାରେ ଅଳ୍ପ କିଛି ରହିଛି ଜଳ ସେଚିତ ଅଞ୍ଚଳ । ଯେତିକି ରହିଛି ଜଳ ସେଚିତ ଅଞ୍ଚଳ ତାହା ନଥିବା ସାଙ୍ଗେ ସମାନ । ପ୍ରତିବର୍ଷ ମରୁଡ଼ିର ତାଡନା ସହି ସହି ନର୍ଲା ଅଞ୍ଚଳ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଗଲାଣି । ଗତବର୍ଷ ତ ନର୍ଲା ଅଞ୍ଚଳରେ ଭୟଙ୍କର ମରୁଡି ହୋଇଥିଲା । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମା କରିଥିବା ଚାଷୀମାନେ ଭଲ ଦୁଇ ପଇସା ପାଇଥିଲେ ବୀମାଟଙ୍କା । ଏସବୁକୁ ଲକ୍ଷ୍ୟ କରି ନର୍ଲା ଅଂଚଳର ଚାଷୀ ବ୍ୟାଙ୍କକୁ ଯାଇ ଫସଲ ବୀମା କରିବା ସମ୍ବନ୍ଧରେ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ କହିଲେ ଆପଣ ମାନଙ୍କ ଜମିର ଫସଲ ବୀମା ହୋଇ ସାରିଛି । ଆଉଥରେ କାହିଁକି କରୁଛ ବୋଲି ? ଚାଷୀ ଯଦି ନିଜ ଜମିର ଫସଲ ବୀମା ନିଜେ କରିନି ତାହେଲେ ବୀମା କଲା କିଏ ? ଏହା ଆଜିକାର ଘଟଣା ନୁହଁ । ଗତ ତିନିବର୍ଷ ଧରି ସୂତ୍ର ପାଇଥିବା ଦୁର୍ବୃତ୍ତ ମାନେ ନର୍ଲା ଅଞ୍ଚଳର ଚାଷୀଙ୍କ ଫସଲବୀମା କରି ନିଜ ବ୍ୟାଙ୍କ ଆକାଉଣ୍ଟ ଦେଇ ଭଲ ଟଙ୍କା ରୋଜଗାର କରୁଛି ।

Pearl dental clinic
Near Ashish Medical Store, Bhawanipatna

ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ଼ ଗ୍ରାମ ପଞ୍ଚାୟତ ଧରଣୀପଦରର ଚାଷୀ ରଜନୀ ସା ଗତ ଜୁଲାଇ ମାସରେ ଏନେଇ ଥାନାରେ ଏକ କେସ ଦାଏର କରିଥିଲେ। ସେହିଭଳି ଶ୍ରୀପୁରର ଚାଷୀ ମିତ୍ରସେନ ପଧାନ ପଲମ ଫାଣ୍ଡିରେ ତାଙ୍କ ୧.୮ ଏକର ଜମିର କିଏ ଜଣେ ଅଜଣା ବ୍ୟକ୍ତି ଫସଲବୀମା କରିଥିବା ନେଇ କେସ ଦାଏର କରିଥିଲେ । କେବଳ ବଲବସପୁର କିମ୍ବା ଶ୍ରୀପୁର ନୁହଁ ଗିଗିନା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶ୍ରୀପୁର ଗ୍ରାମର ୫ ଜଣ, ଘଣ୍ଟମାଳ, ଗାଡେବନ୍ଧ ଗ୍ରାମ ଏଭଳି ନର୍ଲା ବ୍ଲକ ଅଞ୍ଚଳର ୬୦ ରୁ ୭୦ ଜଣ ଚାଷୀଙ୍କ ଜମିର ଫସଲବୀମା କେହି ଜଣେ ଦୁର୍ବୃତ୍ତ କରିସାରିଥିବାରୁ ଚାଷୀ ମହଲରେ ଝଡ ସୃଷ୍ଟି ହୋଇଥିଲା । ଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ କେସ ଦାଏର ହୋଇଥିବା ଜଣାପଡିଛି । ଏଇଠି ପ୍ରଶ୍ନ ଉଠୁଛି ଅନ୍ୟ ମାନଙ୍କ ଜମିର ଫସଲ ବୀମା ଟଙ୍କା ପୈଠ କରି କରୁଛି କିଏ ? ତିନିବର୍ଷ ଧରି ଏଭଳି ଚାଲି ଆସୁଥିବା ବେଳେ ପୋଲିସ କିମ୍ବା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ ନଥିଲା । ଏବେ ଜିଲ୍ଲାପାଳ କଡା ପଦକ୍ଷେପ ଗ୍ରହଣ ପୂର୍ବକ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି । କୃଷି ବିଭାଗ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଠକ ବୀମାକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି । କୃଷି ବିଭାଗ ଏବେ ତନାଘନା ତଦନ୍ତ କରୁଛି । ଏହି ଖବର ଜାଣି ଚାଷୀମାନେ ଆଶ୍ୱସ୍ଥ ଲାଭ କରିବା ସହ ଠକ ବୀମାକାରୀ କେବେ ଗିରଫ ହେବ ସେ ଦିନକୁ ଅପେକ୍ଷା କରି ଚାହିଁ ବସିଥିବା ଆଲୋଚନା ହେଉଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.