ଡେଲିଭରି ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଡେଲିଭରି ପାଇଁ ଏଚ୍‌.ଏନ୍‌ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଜି ସକାଳ ୭.୩୦ରେ ଆଲିଆ ସ୍ୱାମୀ ରଣବୀରଙ୍କ ସହ ଡାକ୍ତରଖାନାରେ ପହଞ୍ଚିଥିଲେ। ଭାଇରାଲ୍ ଭାୟାନୀଙ୍କ ଅଫିସିଆଲ୍ ଇନଷ୍ଟା ହ୍ୟାଣ୍ଡଲ୍ ଏହି ଖବର ସେୟାର କରାଯାଇଛି । ସେୟାର ହୋଇଥିବା ପୋଷ୍ଟରେ କ୍ୟାପସନରେ ଲେଖା ଅଛି, ‘ଆଲିଆ ଭଟ୍ଟ ମୁମ୍ବାଇର ଏଚ୍‌.ଏନ୍‌ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଲିଆଙ୍କ ଏହି ଖବରକୁ ନେଇ ଆାଲିଙ୍କ ଫ୍ୟାନ୍ସ ବେଶ୍‌ ଉତ୍ସାହିତ ଅଛନ୍ତି । ଗତ କିଛି ଦିନ ହେବ ଆଲିଆ ଭଟ୍ଟ ଏବଂ ରଣବୀର କପୁର ପିତାମାତା ହେବାର ଖବର ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚାର ବିଷୟ ପାଲଟିଥିଲା। ପରିବାର-ବନ୍ଧୁଙ୍କ ବ୍ୟତୀତ ତାଙ୍କ ପ୍ରଶଂସକମାନେ ମଧ୍ୟ ଶିଶୁର ଆଗମନକୁ ଅପେକ୍ଷା କରି ରହିଛନ୍ତି । ନିକଟରେ ଆଲିଆଙ୍କ ସାଦଖିଆ ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପରିବାର ସଦସ୍ୟଙ୍କ ବ୍ୟତୀତ ବଲିଉଡର କିଛି ପ୍ରସିଦ୍ଧ ସେଲିବ୍ରେଟି ମଧ୍ୟ ପହଞ୍ଚିଥିଲେ। ଏଭଳି ପରିସ୍ଥିତିରେ ଅଭିନେତ୍ରୀଙ୍କ ପ୍ରସବକୁ ନେଇ ଏବେ ବଡ ଖବର ଆସିଛି। ଖବର ଅନୁଯାୟୀ, ସେ ପ୍ରସବ ପାଇଁ ସ୍ୱାମୀ ରଣବୀରଙ୍କ ସହ ଡାକ୍ତରଖାନାରେ ପହଞ୍ଚିଛନ୍ତି । ଘରକୁ ନୂଆ ଅତିଥି ଆସିବା ଖୁସିରେ କପୁର ଏବଂ ଭଟ୍ଟ ପରିବାର ସମସ୍ତେ ପୂରା ପ୍ରସ୍ତୁତ ଅଛନ୍ତି । ଏହା ପୂର୍ବରୁ ଖବର ଆସୁଥିଲା ଯେ ଅଭିନେତ୍ରୀ ନଭେମ୍ବରର ଶେଷ ସପ୍ତାହରେ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ଆଲିଆ ମା’ ହେବେ । ତେବେ ଆଲିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେ ଯେକୌଣସି ସମୟରେ ଏକ ସନ୍ତାନ ଜନ୍ମ କରିବେ । ସୂଚନାଯୋଗ୍ୟ ଯେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହର ଦୁଇମାସ ପରେ ହିଁ ସେମାନଙ୍କର ଗର୍ଭଧାରଣ ଘୋଷଣା କରିଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.