କୋକସରାରେ ମାଣ୍ଡିଆ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମାଣ୍ଡିଆ ଉତ୍ପାଦନ ଓ ଏହାର ପ୍ରଚାର ପ୍ରସାରକୁ ଗୁରୁତ୍ୱ, ମାଣ୍ଡିଆରୁ ପ୍ରସ୍ତୁତ ସ୍ୱାଦିଷ୍ଟ ଓ ଶରୀର ପାଇଁ ହିତକର, ଉଦ୍ୟୋଗ ସ୍ଥାପନା ମାଧ୍ୟମରେ ମହିଳା ସଶକ୍ତିକରଣ, ପୃଷ୍ଟି ଶସ୍ୟର ମହତ୍ତ୍ୱ ପାଇଁ ବହୁଳ ପ୍ରଚାର ଓ ବ୍ୟବହାର ପାଇଁ ରାଜ୍ୟ ସରକାର ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣୀୟତା ବୃଦ୍ଧି କରିବା ସହ ଚାଷୀଙ୍କୁ ଉତ୍ସାହିତ କରିବା ନିମନ୍ତେ ମାର୍ଗଶିର ମାସ ପ୍ରଥମ ଗୁରୁବାର ଅବସରରେ ରାଜ୍ୟରେ ପାଳନ ହେଉଛି ମାଣ୍ଡିଆ ଦିବସ। ଏହି କ୍ରମରେ କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ମାଣ୍ଡିଆ ଦିବସ ପାଳିତ ହୋଇଛି। ଦି ହ୍ୟୁମାନ ଡେଭଲପମେଣ୍ଟ କୋକସରା ଗୋଷ୍ଠୀ ସଂଯୋଜକ ସୁରେନ୍ଦ୍ର ଯୁଏଡଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ ସରୋଜା ଦେବୀ, ଆତ୍ମା ଅଧ୍ୟକ୍ଷ ରୁତୁରାଜ ମାଝୀ, କୋକସରା ଗୋଷ୍ଠୀ କୃଷି ଅଧିକାରୀ ହେମାନନ୍ଦ ମାଝୀ, ସୁପର ଭାଇଜର ପ୍ରିୟାଶିନୀ ତାଣ୍ଡି, କୋକସରା ସରପଞ୍ଚ କିଶୋର ପ୍ରଧାନୀ ପ୍ରମୁଖ ଯୋଗଦେଇ ମାଣ୍ଡିଆର ଉପକାରୀତା ଉପରେ ମତବ୍ୟକ୍ତ କରିବା ସହ ମାଣ୍ଡିଆ ଚାଷ କରିବା ପାଇଁ ପ୍ରବର୍ତ୍ତାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ମାଣ୍ଡିଆ ରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ର ଜିନିଷ କୁ ପ୍ରଦର୍ଶନ କରାଯାଇଥିଲା। ମାଣ୍ଡିଆ କୁ କ୍ଷୁଦ୍ର ସଶ୍ୟରେ ସାମିଲ କରାଯିବା ସହ ମାଣ୍ଡିଆ ର ଉତ୍ପାଦନ ବୃଦ୍ଧି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ, ମହିଳା ଓ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟରେ ସାମିଲ କରାଯିବା ଏବଂ ମହିଳା ଗୋଷ୍ଠୀ ଙ୍କୁ ରୋଜଗାର ଦେବା ପାଇଁ ସରକାରୀ ସ୍ତରରେ ମାଣ୍ଡିଆ ମଣ୍ଡି ଖୋଲା ଯିବା ନେଇ ସୂଚନା ଦିଆଯାଇଛି। ଚଳିତ ବର୍ଷ ବ୍ଳକ ର ୭ଗୋଟି ପଞ୍ଚାୟତ ଗୋତମୁଣ୍ଡା, ପୋଡାଗୁଡା, ଟେମରା, ଡୁଡୁକାଠେଙ୍ଗା, ଆମପାଣି, ବରାଡଙ୍ଗା ଓ ମହିମା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ପ୍ରାୟ ୨୮୨ ହେକ୍ଟରରେ ମାଣ୍ଡିଆ ଚାଷ କରୁଥିବା ଜଣାପଡିଛି। କାର୍ଯ୍ୟକ୍ରମକୁ ଦି ହ୍ୟୁମାନ ଡେଭଲପମେଣ୍ଟର ଅତିରିକ୍ତ ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଅଭିମନ୍ୟୁ ବାଗ ପରିଚାଳନା କରିଥିଲେ। ଏଥିରେ ସିଆରପି, ଏମବିକେ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନବାଡ଼ି କର୍ମୀ ସାମିଲ ହୋଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.