ସନ୍ତୋଷ କୁମାର ବଛା ହେଲେ ରାୟଗଡା ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲାପାଳ ସ୍ୱଧା ଦେଵ ସିଂଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ନଗର କଳା ସଂସ୍କୃତି ଉପସଭାପତିଙ୍କ ଉପସ୍ଥିତିରେ ରାୟଗଡ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁବ କଳାକାର ତଥା କଲ୍ୟାଣସିଂପୁର ବ୍ଲକ କଳା ସଂସ୍କୃତି ସଙ୍ଘର ଉପସଭାପତି ସନ୍ତୋଷ କୁମାର ବଚ୍ଛାଙ୍କୁ ଜିଲ୍ଲା ଉପସଭାପତି ଭାବେ ସର୍ବସମ୍ମତି କ୍ରମେ ଚୟନ କରାଗଲା । ଜିଲ୍ଲାପାଳ ନୁତନ ଉପସଭାପତି ଶ୍ରୀ ବଚ୍ଛାଙ୍କୁ ସ୍ଵାଗତ କରିବା ସହିତ ଜିଲ୍ଲାର ପାରମ୍ପାରିକ ଲୋକ କଳାକୁ ଉଜ୍ଜୀବିତ କରି ଜିଲ୍ଲାର କଳା ଓ କଳାକାର ମାନଙ୍କ ବିକାଶ ନିମନ୍ତେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ବରିଷ୍ଠ ରାଜସ୍ବ ସହାୟକ ରାମଚନ୍ଦ୍ର ପାତ୍ର, ଜିଲ୍ଲା ସଂସ୍କୃତିକ ସଂଯୋଜକ ପ୍ରଦୀପ କୁମାର ମାଲବିଶୟୀ, ପୀତବାସ ବିଶ୍ୱାଳ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.