ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ପୋଲିସ ଫାଣ୍ଡି ପରିସରରେ ଥିବା ଷ୍ଟାଫ କ୍ୱାଟରରେ ପୋଲିସ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର । ମୃତକ ହେଲେ ଦଶପୁର ପୋଲିସ ଫାଣ୍ଡିର ଦେବରାଜ ନାୟକ ( ୩୨) ଓଏପିଏଫ ଯବାନ। ମୃତକଙ୍କ ଘର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଅଞ୍ଚଳର ବୋଲି ଜଣାପଡିଛି । ଘଟଣା ସ୍ଥଳକୁ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ କୁମାର ଚୋପଦାର ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ଦେଖିବାକୁ ମିଲିଛି। ତେବେ ନନ୍ଦାହାଣ୍ଡିରୁ ତାଙ୍କର ପରିବାର ପହଞ୍ଚିବା ପରେ ପୋଲିସ ଉକ୍ତ ଘରକୁ ଖୋଲି ଶବ ଜବତ କରିଛି । ଅନ୍ୟପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତ ଯବାନଙ୍କ ସ୍ତ୍ରୀ ଭାରତୀ ଭଦ୍ରା ତାଙ୍କ ସ୍ବାମୀଙ୍କ ସହିତ ରାତ୍ର ୧୧ ଘଣ୍ଟା ସମୟରେ କଥା ହୋଇଥିଲି ଓ ସେ ଏକଦମ ଠିକ ଥିଲେ କିଛି ଅସୁବିଧା ଥିଲେ ନିଶ୍ଚିତ କହିଥାନ୍ତେ ସେ କାହିଁକି ଆତ୍ମହତ୍ୟା କରିବେ ଆତ୍ମହତ୍ୟା କରିବାର କୋଣସି କାରଣ ନାହିଁ ତାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି । ଅପରପକ୍ଷରେ ପୋଲିସ ଶବ ବ୍ୟବଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ବେଳେ ଘଟଣାର ସବୁ ଦିଗକୁ ଦେଖି ତଦନ୍ତ କରାଯାଉଛି ବୋଲି କହିଛନ୍ତି ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଚୋପଦାର । ମୃତ ଯବାନଙ୍କ ଏକ ତିନି ବର୍ଷର ଝିଅ ଥିବାବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ପରିବାର ଲୋକେ ।






