ଚପ୍ରିଆ ଓ ସାନଚେରଗାଁଠାରେ ଧାନ ମଣ୍ଡି ଉଦ୍‌ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ପେକ୍ସ ଅଧିନରେ ଚପ୍ରିଆ ଓ ସାନଚେରଗାଁଠାରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ଚପ୍ରିଆ ମଣ୍ଡିରେ ପେକ୍ସ ସଭାପତି ଭାଗ୍ୟଧର ସାହୁ ଓ ସାନଚେରଗାଁ ମଣ୍ଡିଠାରେ କେଗାଁ ସରପଞ୍ଚ ଶ୍ରୀମତି ଅମୃତା ବଚ୍ଛା ଓ ସିନାପାଲି ସମିତି ସଭ୍ୟ ଲୋଚନ ସାହୁଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଯାଇଛି । ଏହି ସମୟରେ ପକ୍ସେ ସଂପାଦକ ଧବଳେଶ୍ୱର ବାଗ,ଡିଇଓ ଧନଞ୍ଜୟ ରଣା ଓ ପେକ୍ସ କର୍ମଚାରୀ ସନ୍ତୋଷ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ଚପ୍ରିଆ ପେକ୍ସ ଅଧିନରେ ଥିବା ଏହି ଦୁଇ ଗୋଟି ମଣ୍ଡିରେ କେସିଙ୍ଗ ଅଞ୍ଚଳର ତିନି ଗୋଟି ମିଲ ଟ୍ୟାଗ ହୋଇଥିବା ବେଳେ ଏହି ମିଲର ଏଜେଣ୍ଟମାନେ ମଧ୍ୟ ଉପସ୍ଥିତ ଥିଲେ । ଯଥାଶିଘ୍ର ମଣ୍ଡି ଖୋଲିବାକୁ ଚାଷୀମାନଙ୍କ ଦାବୀ ଥିବା ବେଳେ ଆଜି ମଣ୍ଡି ଉଦ୍‌ଘାଟିତ ହେବାରୁ ଚାଷୀମାନେ ଖୁସିବ୍ୟକ୍ତ କରିଛି । ବିଗତ ବର୍ଷମାନଙ୍କରେ ଏହି ମଣ୍ଡି ମାନଙ୍କରୁ ଧାନ ଉଠାଣ ସମୟରେ କୌଣସି ଅସୁବିଧା ହୋଇନଥିବା ବେଳେ ଚଳିତ ବର୍ଷ ମଧ୍ୟ ସୁରୁଖୁରୁରେ ଧାନ ଉଠିବ ବୋଲି ଉପସ୍ଥିତ ଥିବା ଚାଷୀ ହିସାରାମ ବାଗ,ଦିଗାମ୍ବର ରଣା,ଦନାର ଡୁଙ୍ଗୁରି,ପ୍ରସନ୍ନ କୁମାର ଦାସ,ଜୟରାମ ମାଝୀ ପ୍ରମୁଖ ଚାଷୀମାନେ ଆଶାବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.