ଦାୟିତ୍ୱ ସମ୍ପର୍ଣ୍ଣ ଖବର ପରିବେଷଣ ଉପରେ ଗୁରୁତ୍ୱାରୋପ
ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ଗଣମାଧ୍ୟମ ପ୍ରତିନିଧିମାନେ ବହୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗତି କରୁଛନ୍ତି । ପ୍ରତ୍ୟେକ ମୁହୂର୍ତ୍ତରେ ସେମାନଙ୍କ ମୁଣ୍ଡ ଉପରେ ବିପଦ ରହିଛି । ବିଭିନ୍ନ ସମୟରେ ନିଜର ଜବୀନକୁ ପାଣି ଛଡ଼ାଇ ସରକାରଙ୍କ ସମସ୍ତ ପଦକ୍ଷେପ ଲୋକମାନଙ୍କ ନିକଟରେ ପହଞ୍ଚାଇବା ସହ ବ୍ୟାପକ ସଚେତନତା ସୃଷ୍ଟି କରିବାରେ ସେମାନେ ସକ୍ଷମ ହୋଇଛନ୍ତି । ଏହି ସମୟରେ କେତେକ ସାମ୍ବାଦିକଙ୍କ ବହୁମୂଲ୍ୟ ଜୀବନ ମଧ୍ୟ ଚାଲିଯାଇଛି । ସରକାରଙ୍କ କ୍ଷତିପୂରଣ ରାଶୀ ଏହି ଶୂନ୍ୟସ୍ଥାନକୁ ପୂରଣ କରି ପାରିବ ନାହିଁ । ସେହିପରି ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ କ୍ରମାଗତ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେମାନଙ୍କ ସାମାଜିକ ସୁରକ୍ଷା ବୋଲି କିଛି ନାହିଁ । ସରକାର ବୀମା ବ୍ୟବସ୍ଥା କରିଥିଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ । ବିଭିନ୍ନ ବର୍ଗର ଲୋକଙ୍କୁ ସରକାର ଭତ୍ତା ପ୍ରଦାନ କରୁଛନ୍ତି । ବିଭିନ୍ନ ରାଜ୍ୟରେ ବେତନ ବ୍ୟବସ୍ଥା କରିବା କରିବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ବିଲ ଆଣିଛନ୍ତି । କିନ୍ତୁ ଆମ ରାଜ୍ୟରେ ଏହି ପ୍ରସ୍ତାବିତ ବିଲ୍ କେବେ ଲାଗୁ ହେବ ତାହାର କୌଣସି ନିଶ୍ଚିତତା ନାହିଁ । ତେଣୁ ଗଣମାଧ୍ୟମର ପ୍ରତିନିଧିମାନେ ଦାୟିତ୍ୱ ସମ୍ପର୍ଣ୍ଣ ହୋଇ ନିଜ ସୁରକ୍ଷାର ବ୍ୟବସ୍ଥା ନିଜେ କରିବା ଦରକାର ବୋଲି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପିଇଡବ୍ଲୁ ମେଡିଆ ଆସୋସିଏସନର ବନ୍ଧୁମିଳନ ଓ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି । ପିଇଡବ୍ଲୁ ମିଡିଆ ଆସୋସିଏସନର ସାମ୍ବାଦିକ ସଂଘର ସଭାପତି ନିଲେଶ କୁମାର ନାଗଙ୍କ ସଭାପତିତ୍ୱରେ ଲାଞ୍ଜିଗଡ଼ ବ୍ଲକର ଜାମଚୁଆଁ ଝରଣ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏସୋସିଏସନର ବରିଷ୍ଠ ଉପଦେଷ୍ଟା ବି. ତିରୁପତି ପାତ୍ର ଓ ସନ୍ତୋଷ କୁମାର ତୁଳ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରଥମେ ଏସୋସିଏସନର ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ତୁଳସୀରାମ ପ୍ରଧାନୀ, କୋଷାଧ୍ୟକ୍ଷ ହୃଷିକେଶ ମାଝୀଙ୍କ ସମେତ ପ୍ରଭୁରଞ୍ଜନ ସାମଲ, ଦିଲିପ ହରିଜନ,ମଳୟ ବେନୁଆ, ମନୋଜ ଦୋରା,ଅଜିତ ମାଝୀ ଦେବାନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଯୁବ ସାମ୍ବାଦିକ ଦିଲିପ କୁମାର ପଟ୍ଟନାୟକ (ଯୁବଶକ୍ତି ନ୍ୟୁଜ୍) ନୂତନ ଭାବେ ପିଇଡବ୍ଲୁ ମିଡିଆ ଆସୋସିଏସନରେ ଯୋଡ଼ି ହୋଇଥିଲେ।





