କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ପାଇଲେ ଦେବଗିରି ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶିଷ୍ଟ ଶିକ୍ଷାବିତ, ଲେଖକ, ଅଭିନେତା, ଗୀତିକାର, କଣ୍ଠଶିଳ୍ପୀ, ଉପସ୍ଥାପକ ତଥା କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଏବର୍ଷର ମର୍ଯ୍ୟାଦାଜନକ ‘ଦେବଗିରି ସମ୍ମାନ-୨୦୨୨’ରେ ସମ୍ମାନିତ ହୋଇଛନ୍ତି। ଶିକ୍ଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ କୁମାରସ୍ବାମୀ ମହୋତ୍ସବ ଅବସରରେ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ପ୍ରଫେସର ଶତପଥୀ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ସହ ୨୫ରୁ ଉର୍ଦ୍ଧ୍ବ ପିଏଚଡି ଗବେଷକଙ୍କୁ ଗାଇଡ୍ କରିଛନ୍ତି। ତାଙ୍କର ଅନେକ ଲେଖା ବିଭିନ୍ନ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ହେବାସହ ଅନେକ ଜାତୀୟ ଅନ୍ତର୍ଜାତୀୟ ଆଲୋଚନାଚକ୍ରରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି। ସେହିପରି କବିତା, ଗଳ୍ପ, ନାଟକ, ଆଲୋଚନା ପୁସ୍ତକ ରଚନା ବାଦ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ସଂସ୍ଥା ପକ୍ଷରୁ ପ୍ରକାଶିତ ଅନେକ ପୁସ୍ତକ ବିଶ୍ୱବିଦ୍ୟାଳୟ ସ୍ତରରେ ପଢ଼ାଯାଉଛି। ଜଣେ ଉପସ୍ଥାପକ ଭାବେ ସେ ୧୯୭୧ ମସିହାରୁ ମଞ୍ଚ, ରେଡିଓ ଏବଂ ଟେଲିଭିଜନ ଉପସ୍ଥାପନା ସହ ଜଡ଼ିତ। ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ କଣ୍ଠଶିଳ୍ପୀ ଏବଂ ଦୂରଦର୍ଶନର ନିୟମିତ ଉପସ୍ଥାପକ। ରକ୍ତଦାନ ଶିବିର, ନାରୀ ସଶକ୍ତିକରଣ, ଏଡ୍ସ ସଚେତନତା, ନିଶାମୁକ୍ତି ଅଭିଯାନ, ସଡ଼କ ସୁରକ୍ଷା, ସ୍ୱଚ୍ଛ ଭାରତ ଅଭିଯାନ, କେନ୍ସର ସଚେତନତା, ବୃକ୍ଷରୋପଣ, ଯୁବ ରେଡକ୍ରସ ସହିତ ସାମିଲ ରହିଛନ୍ତି।

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ଉଦଜାପନି ସନ୍ଧ୍ୟାର ମୁଖ୍ୟ ଅତିଥି ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ସମେତ ମହୋତ୍ସବର ବିଶିଷ୍ଟ ଅତିଥି ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା, ମୁଖ୍ୟ ବକ୍ତା କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ପିଜି କାଉନସିଲ ଚେୟାରମେନ ମେଜର୍ ଡ. ଜୟଦେବ ସାହୁ, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା, ବିଶିଷ୍ଟ ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର ଧଙ୍ଗଡ଼ାମାଝୀ ପ୍ରମୁଖ ଉପସ୍ଥିତ ରହି ଡିଲେଶ୍ବର ରଣାଙ୍କୁ ଦେବଗିରି ଯୁବ ସମ୍ମାନରେ ସମ୍ମାନୀତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.