ହିମାଚଳ ପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ ? ନାଁ ଘୋଷଣା କରିବେ ପ୍ରିୟଙ୍କା ଗାନ୍ଧି

ଓଡ଼ିଆ ବାର୍ତ୍ତା/ ସିମଲା:   ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ତୁଟୁନି  । ଚୂଡ଼ାନ୍ତ ହୋଇପାରୁନି ନାଁ । ଏବେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ହାଇକମାଣ୍ଡଙ୍କୁ ତିନିଜଣଙ୍କ ନାଁ ସୁପାରିଶ କରାଯାଇଛି ।  ମୁଖ୍ୟମନ୍ତ୍ରୀ ରେସରେ ଥିବା ୩ ଜଣଙ୍କ ମଧ୍ୟରେ ଅଛନ୍ତି ପ୍ରଦେଶ ଅଧ୍ୟକ୍ଷ ତଥା ସାଂସଦ ପ୍ରତିଭା ସିଂ, ସୁଖବିନ୍ଦର ସିଂ ସୁଖୁ ଓ ମୁକେଶ ଅଗ୍ନିହୋତ୍ରୀ । ଯାହା ବି ହେଉ, ଏସବୁ ଭିତରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବେ । ହିମାଚଳ ପ୍ରଦେଶରେ କଂଗ୍ରେସର ବିଜୟ ପାଇଁ ବରିଷ୍ଠ ନେତାମାନେ ପ୍ରିୟଙ୍କା ଗାନ୍ଧିଙ୍କୁ ଶ୍ରେୟ ଦେଉଥିବାବେଳେ ସେ ହିଁ ଏହି ଦ୍ୱନ୍ଦ୍ୱର ନିଷ୍ପତ୍ତି ନେବେ । ହିମାଚଳରେ କଂଗ୍ରେସର ପ୍ରଚାର ପାଇଁ ପ୍ରିୟଙ୍କା ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ । ଅନେକ ରାଲିରେ ସାମିଲ ହୋ ହିମାଚଳ ପ୍ରଦେଶ କଂଗ୍ରେସ ପାର୍ଟିର ନେତୃତ୍ୱ ନେଇଥିଲେ । ଏପରିକି ନିର୍ବାଚନ ରଣନୀତି ପ୍ରସ୍ତୁତିରେ ବି ସାମିଲ ହୋଇଥିଲେ । ଏହା ପ୍ରିୟଙ୍କାର ପ୍ରଥମ ରାଜନୈତିକ ସଫଳତା । ଯାହା ବି ହେଉ, ଏହି ବିବାଦର ସମାଧାନ କରିବା ପାଇଁ ଗତକାଲି ସନ୍ଧ୍ୟାରେ ବିଧାୟକଙ୍କ ବୖଠକ ଡାକିଥିଲେ । ଏଥିରେ  କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜୀବ ଶୁକ୍ଳା, ଭୂପେନ୍ଦ୍ର ହୁଡ୍ଡା, ଭୂପେଶ ବଘେଲ ପ୍ରମୁଖ ଉପସ୍ଥିତ ଥିଲେ । ୩ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ମଧ୍ୟରୁ କାହା ପ୍ରତି କେତେ ବିଧାୟକଙ୍କ ସମର୍ଥନ ରହିଛି ସେ ବିଷୟରେ ବୈଠକରେ ପଚାରି ବୁଝିଥିଲେ ପ୍ରିୟଙ୍କା । ତେବେ ରାଜ୍ୟରେ ପ୍ରତିଭା ସିଂଙ୍କ ପ୍ରତି ସମର୍ଥନ  ଅଧିକା ରହିଥିବା ଜଣାଯାଇଛି  ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.