ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କୁସୁମଖୁଣ୍ଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଉଦଯାପିତ ହୋଇଛି। ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଭବାନି ଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୋଟେର ସମିତି ସଭ୍ୟା ଉଆଁସୀ ପାନ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ପରିଚାଳନା କମିଟି ସଭାପତି ହରେକୃଷ୍ଣ ନାଏକ, ସମ୍ପାଦକ ଦିଗନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ନରେଶ ପଣ୍ଡା, ଉପସଭାପତି ମଦେନ୍ଦ୍ର ବେହେରା, ଉପଦେଷ୍ଟା କମିଟିର ବୃନ୍ଦାବନ ପୁଝାରୀ ପ୍ରମୁଖ ଯୋଗଦେଇ ଥିଲେ। ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଦୈାଡ, ଲମ୍ବଡିଆଁ, ଉଚ୍ଚଡିଆଁ, ଥାଲିଆ ଫିଙ୍ଗା, ପୁଚି, ପଛ ଦୈାଡ, ଭାଲୁ ଚଳା, ଗଣଦୈାଡ ଆଦି ଖେଳ କୁଦ ହୋଇଥିଲା। ଏଥିରେ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଗୁରୁଜୀ ଉତ୍ତମ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ପରମାନନ୍ଦ ବେମାଲ, ମୁରଲୀ ଧର ପଟ୍ଟନାୟକ, କ୍ଷୀରୋଦ ନାଏକ, ଦୁଷ୍ମନ୍ତ ପୁଝାରୀ, ଭିକାରୀ ଚରଣ ବିଶୀ, ବିଶ୍ବରଞ୍ଜନ ଦାଶ, ମିନାକ୍ଷୀ ନାଗ, ତରୁଣୀ ଘି, ମିନତୀ ପଟ୍ଟନାୟକ, ସନ୍ଧ୍ୟାରାଣୀ ମହାରଣା ସମେତ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ।