ଈଶାନଙ୍କ ତୁଫାନରେ ଉଡିଗଲା ବାଂଲାଦେଶ, ତୃତୀୟ ଦିନିକିଆରେ ଶୋଚନୀୟ ପରାଜୟ

ଓଡ଼ିଆ ବାର୍ତ୍ତା/ ଚଟ୍ଟଗାଁଓ: ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଈଶାନ କିଶାନଙ୍କ ବିସ୍ଫୋରକ ଦ୍ୱିଶତକ ବଳରେ ବାଂଲାଦେଶ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ବାଂଲାଦେଶକୁ ୨୨୭ରନରେ ହରାଇବା ସତ୍ୱେ ଭାରତ ୧-୨ରେ ସିରିଜ ପରାଜୟବରଣ କରିଛି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ଈଶାନଙ୍କ ୨୧୦ ଓ ବିରାଟ କୋହଲିଙ୍କ ୧୧୩ ରନ ବଳରେ ୮ୱିକେଟ ହରାଇ ୪୦୯ ରନ ସଂଗ୍ରହ କରିଥିଲା । କୋହଲି ୪୦ ମାସ ପରେ ଦିନିକିଆରେ ଶତକ ହାସଲ କରିଛନ୍ତି । ୪୧୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୧୮୨ ରନରେ ଅଲଆଉଟ ହୋଇ ଯାଇଥିଲା । ଶକିବ ଉଲ ହାସନ ୪୩ ଓ ଲିଟନ ଦାସଙ୍କ ୨୯ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେ ଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ଓ ଉମରାନ ମଲିକ ୨ଟି ଲେଖାଁଏ ଏବଂ ମହମ୍ମଦ ସିରାଜ, କୂଲଦୀପ ଯାଦବ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଈଶାନ ମ୍ୟାନ ଅଫ ଦି ମ୍ୟାଚ ଓ ମେହେଦି ହାସନ ମିରାଜ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ । ଈଶାନ ଦିନିକିଆରେ କମ ବଲରେ (୧୩୧) ଦ୍ୱିଶତକ ହାସଲ କରି କ୍ରିସ ଗେଲ (୧୩୮ ବଲ) ରେକର୍ଡ ଭଙ୍ଗ କରିଛନ୍ତି । ସେହିପରି କମ ବୟସରେ ( ୨୪ ବର୍ଷ ୧୪୫ ଦିନ)ରେ ସେ ଏହି ସଫଳତା ହାସଲ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.